ପାପଡାହାଣ୍ଡିର ଚାରିଛକରେ ନାହିଁ ବସଷ୍ଟାଣ୍ଡ, ଯାତ୍ରୀ ହନ୍ତସନ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦରମହକୁମାର ମୁଖ୍ୟ ଚାରିଛକ ଯାହାକି ଏନଏଚ ୨୬ ରାସ୍ତା ଉପରେ ଅବସ୍ଥାପିତ, ଏବଂ ପ୍ରୟତଃ ଜନଗହଳି ପୂର୍ଣ୍ଣ ଏବଂ ପ୍ରତି ମୁହୁର୍ତରେ ହଜାର ହଜାର ସଂଖ୍ୟା ଗାଡିମୋଟର ଚଳାଚଳ କରୁଅଛି।ଏଭଳି ସ୍ଥଳେ ଏଠାରେ ଗୋଟିଏ ସ୍ଥାୟୀ ବସଷ୍ଟାଣ୍ଡ ନଥିବା ଯୋଗୁଁ ଯାତ୍ରୀ ଏବଂ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଅଛି।

ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ସଦରମହକୁମା ଜିଲ୍ଲାର ପ୍ରଣବିନ୍ଦୁ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ପାପଡାହାଣ୍ଡି ବ୍ଲକ ଜିଲ୍ଲାର ଦ୍ୱିତୀୟ ବୃହତମ ବ୍ଲକ ସହ ଏଠାରେ ମୃଗ ବିହାର, ପ୍ରସିଦ୍ଧ ଶହୀଦ ପୀଠ, ପ୍ରସିଦ୍ଧ ଶୈବ ପୀଠ ସହ ଚମ୍ପାବଣ ରହିଥିବା ବେଳେ ଏହାଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଥିବାବେଳେ ଏଠାକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟବହାରୁ ପର୍ଯ୍ୟଟକ ମାନେ ଆସିଥାନ୍ତି। ଏହି ଅଂଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଶହୀଦ ମିନାର ପରିସର ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି, ସେହିପରି ମୃଗ ବିହାର ରେ ମଧ୍ୟ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମିନିଜୁ କରାଯାଇଅଛି। ଏଠାରେ ପର୍ଯ୍ୟଟକ ପାଇଁ ଆଦିବାସୀ ସଂଗ୍ରାହଳୟ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି। ବନବିଭାଗ ତରଫରୁ ଲକ୍ଷାଧିକ ଟଙ୍କାରେ ଚମ୍ପାବଣ ତିଆରି କରାଯାଇଛି।

Comments are closed.