ରାଜ୍ୟ କରାଟେ ଚମ୍ପିୟାନସିପରେ ନବରଙ୍ଗପୁର ଦଳ ଚମ୍ପିୟାନ

ନବରଙ୍ଗପୁର: ନବରଙ୍ଗପୁର ଏସିଆନ କରାଟେ ସ୍କୁଲ ଅନୁଷ୍ଠାନର ମୁଖ୍ୟ ସେଂସାଇ ଶରତ କୁମାର ରାଉତଙ୍କ ନେତୃତ୍ୱରେ ଏକ ବାର ଜଣିଆ ଦଳ ଗତ ୧୯ ତାରିଖରେ ଭୁବନେଶ୍ବର ରେଳବାଇ ଇଣ୍ଡୋର ଷ୍ଟାଡିୟମ ରେ ଅନୁଷ୍ଠିତ ରାଜ୍ୟ କରାଟେ ଚମ୍ପିୟାନସିପରେ ଭାଗ ନେଇଥିଲେ। ଏଥିରେ ବାର ବର୍ଷରୁ କମ ୪୦ କିଲୋଗ୍ରାମ ବର୍ଗର କୁମାଟେ କରାଟେ ପ୍ରତିଯୋଗିତାରେ ଅନୁଷ୍ଠାନର ଛାତ୍ର ସନ୍ଦୀପ କୁମାର ରାଉତ, ରଜତ ପଦକଏବଂ ସଂଗୀତା ରାଉତ ୪୦ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି, ସେହିପରି ବରିଷ୍ଠ ବର୍ଗର ୪୭ କିଲୋଗ୍ରାମ ପ୍ରତିଯୋଗିତାରେ କବିତା ଭାତରା ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ୪୦ କିଲୋଗ୍ରାମ ପ୍ରତିଯୋଗିତାରେ କୁମାରୀ ଇପ୍ସିତା ଜାନୀ ‘ଆଦର୍ଶ ବେହେରା, ସନାକ୍ଷୀ ପ୍ରିୟଦର୍ଶନୀ ଓ ଆକାଂକ୍ଷା ପ୍ରିୟଦର୍ଶନୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ପ୍ରତିଯୋଗିତାର ସଫଳ ପଦକ ବିଜେତାଙ୍କୁ ସର୍ବଭାରତୀୟ କରାଟେ ସଙ୍ଘର ସାଧାରଣ ସଂପାଦକ ରାଜନେଶ ଚୌଧୁରୀ ଏବଂ ଓଡିଶା ଏମେଚର କରାଟେ ସଙ୍ଘର ସଭାପତି ଏସ. ଏସ.ହରିଚନ୍ଦନ ପ୍ରମୁଖ ସମର୍ଦ୍ଧନା କରିଥିବା ବେଳେ ଅନ୍ତର୍ଜାତୀୟ କରାଟେ କୋଚ ତଥା ନବରଙ୍ଗପୁର ଏସିଆନ କରାଟେ ଅନୁଷ୍ଠାନ ର ମୁଖ୍ୟ ଶରତ କୁମାର ରାଉତଙ୍କୁ ଏହି ଅବସରରେ କରାଟେ କ୍ରୀଡ଼ା ପାଇଁ ତାଙ୍କର ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଂଚଳରୁ ଖେଳାଳିମାନେ ଏହି ସଫଳତା ପାଇଥିବାରୁ ଏସିଆନ କରାଟେ ସଙ୍ଘର ଉପଦେଷ୍ଟା ମନୋଜ କୁମାର ପଟ୍ଟନାୟକ ସମେତ ଜିଲାର କ୍ରୀଡ଼ା ପ୍ରେମୀ ଓ କ୍ରୀଡ଼ାବିତମାନେ ଖୁସି ପ୍ରକଟ କରିଛନ୍ତି।

Comments are closed.