ନବରଙ୍ଗପୁର ସହରରେ ସ୍ୱୟଂଚାଳିତ ଟ୍ରାଫିକ ଲାଇଟ୍‍ ଅଚଳ

ନବରଙ୍ଗପୁର: ଜିଲା ସଦରମହକୁମା ନବରଙ୍ଗପୁର ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟି ରଖି ଜିଲାପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସହରର ମୁଖ୍ୟଛକ ଗୁଡିକରେ ଟ୍ରାଫିକ ଲାଇଟ ସହ ସିଗନାଲର ବ୍ୟବସ୍ଥା କରାଯାଇଥିଲା। ଏହି ଲାଇଟ୍‍ ସିଗ୍‍ନାଲ ସ୍ୱୟଂଚାଳିତ ଭାବେ କାର୍ଯ୍ୟକ୍ଷମ ହେଉଥିଲା। ଲାଲ ଲାଇଟ ଜଳିବାପରେ ଯାନବାହନ ଅଟକି ରହିଥିଲା ଓ ରାସ୍ତାରେ ଯାତାୟତ ନିୟନ୍ତ୍ରଣରେ ରହୁଥିଲା। ତେବେ ପ୍ରାୟ ଦୀର୍ଘ ମାସ ହେଲା ଏହି ଲାଇଟ୍‍ କାମ କରୁନଥିବାବେଳେ ଅଚଳ ହୋଇପଡିଛି।

ପୈାରାଞ୍ଚଳପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯଥା ବସଷ୍ଟାଣ୍ଡ ଛକ, ମାଝୀଗୁଡା ଛକ ଓ ମଙ୍ଗଳମଟିମ୍ବର ଛକ ପ୍ରଭୃତିରେ ଏହି ଟ୍ରାଫିକ ଲାଇଟ ଲଗାଯାଇଥିଲ।। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ଏହାଏବେ ଅଚଳ ହୋଇ ପଡିଥିବା ଦେଖାଦେଇଛି। ଲାଇଟ ମରାମତି ଅଭାବ କାରଣରୁ ଲାଇଟ୍‍ଗୁଡିକ କାମ କରୁନଥିବାବେଳେ ସଂପୃକ୍ତ ଅଞ୍ଚଳଅନ୍ଧାର ହୋଇପଡୁଛି। ରାତ୍ରକାଳରେ ଛକସ୍ଥାନରେ ଯାନବାହନ ଚଳାଚଳରେ ଟ୍ରାଫିକ ନିୟନ୍ତ୍ରଣରେ ବହୁଅସୁବିଧା ହେଉଥିବା ଜଣାପଡିଛି। ସହରରରେ ଯଦିଓ ରାସ୍ତାକଡ ଓ ସାହି ଲାଇଟ ଜଳୁଛି। ତେବେ ଟ୍ରାଫିକ ସିଗନାଲ୍‍ ଲାଇଟ ଜଳୁ ନଥିବାରୁ ଏହାସମସ୍ୟା ଦେଖାଦେଇଛି। ଏପରିକି ଛକଗୁଡିକରେ ପୂର୍ବରୁ ପୁଲିସ ପକ୍ଷରୁ ଟ୍ରାଫିକପୁଲିସ ନିୟୋଜିତ କରି ଟ୍ରାଫିକ ନିୟନ୍ତ୍ରଣ କରାଯାଉଥିଲା।

ଏବେ ଛକଗୁଡିକରେ ପୁଲିସ ରହୁନଥିବାରୁ ମନଇଚ୍ଛା ଯାନବାହନ ଚଳାଚଳ କରୁଥିବା ଅଭିଯୋଗ ହେଉଛି। ତେବେ ସହରରେ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ,ପାର୍କ, ଡାକ୍ତରଖାନା ଓ କଚେରୀ,ହୋଟେଲ, ସମେତ ବିଭିନ୍ନ ଧର୍ମାବଲମ୍ବୀଙ୍କର ଆରାଧନାସ୍ଥଳୀ ରହିଥିବାବେଳେ ବହୁ ଯାନବାହାନ ଚଳାଚଳ ଯୋଗୁଁ ସକାଳରୁ ରାତ୍ର୯ଟା ପର୍ଯ୍ୟନ୍ତ ସହର ଗହଳି ରହୁଛି। ଏହା ଛଡା ଜିଲା ସଦର ମହକୁମା ସହର କାରଣରୁ ଅଧିକାଂଶ ଦିନ ବିଭିନ୍ନ ସଭାସମିତି, ଶୋଭାଯାତ୍ରା, ଆନ୍ଦୋଳନ ରହୁଛି। ତେବେ ଟ୍ରାଫିକ ନିୟନ୍ତ୍ରଣ ସଠିକ ଭାବେ କାର୍ଯ୍ୟକାରୀ କରାଯାଉନଥିବାରୁ ଯାତାୟତକ୍ଷେତ୍ରରେ ଜନସାଧାରଣଙ୍କୁ ଅସୁବିଧା ହେଉଥିବା ଜଣାପଡିଛି। ସହରର ମୁଖ୍ୟ ରାସ୍ତା ପାର୍ଶ୍ବରେ ଅନଧିକାର ଦୋକାନ ଓ ଠେଲା ଗାଡି ରହିବା ଓ ଅଣ ଓସାରିଆ ରାସ୍ତା କାରଣରୁ ଟ୍ରାଫିକ ନିୟନ୍ତ୍ରଣ ରେ ବାଧା ଦେଖାଦେଉଛି। ଏ ସଂପର୍କରେ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କୁ ପଚାରିବାରୁ ପୈାରପାଳିକା ପକ୍ଷରୁ ଟ୍ରାଫିକ ସିଗନାଲ ଲାଇଟ୍‍ ଲଗାଯାଇଛି। ବହୁଦିନ ହେଲା ଟ୍ରାଫିକ ଲାଇଟ ଜଳୁନଥିବାରୁ ରାତ୍ରସମୟରେ ଅସୁବିଧା ହେଉଥିବା କହିଥିଲେ।

Comments are closed.