ତାଲା ଭାଙ୍ଗି ୩ଲକ୍ଷ ଟଙ୍କାର ସୁନା ଗହଣା ଚୋରି ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଥିବା ନୀଳକଣ୍ଠନଗରରେ ରବିବାର ବିଳମ୍ବିତ ରାତିରେ ଚୋରି ହେଇଥିବା ଅଭିଯୋଗ ହେଇଛି। ଘରେ କୌଣସି ଲୋକ ନଥିବାର ସୁଯୋଗ ନେଇ କୋଣସି ଦୁର୍ବୁତ୍ତ ସୁଯୋଗର ଫାଇଦା ଉଠାଇ ମେଣ୍ଟ୍ରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀଙ୍କ ଘରର ତାଲା ଭାଙ୍ଗି ୩ଲକ୍ଷରୁ ଅଧିକ ସୁନା ଅଳଙ୍କାର ସହ ୨୦ହଜାର ଟଙ୍କା ଚୋରୀ କରିଛି।
ଗତ ମାସ ୧୩ତାରିଖରେ ନୀଳକଣ୍ଠନଗରର ପଦ୍ମ ଚରଣ ବିଷୋୟୀ ଓ ତାଙ୍କ ସ୍ତ୍ରୀ କୁନ୍ତୀ ବିଷୋୟୀ (ଶିକ୍ଷୟତ୍ରୀ ) କରୋନା ଆକ୍ରାନ୍ତ ଚି଼ହ୍ନଟ ହେବାପରେ ନୀଳକଣ୍ଠନଗର ସ୍ଥିତ ଘରକୁ ତାଲା ଦେଇ ନିଜ ପୌତ୍ରିକ ଗ୍ରାମ ମେଣ୍ଟ୍ରିକୁ ଯାଇଥିଲେ। ସମୟେ ସମୟେ ଘରକୁ ଆସି ଦେଖାରଖା କରି ଫେରିଯାଉଥିଲେ କ୍ଷ ଆଜି ଘର ମାଲିକ ପଦ୍ମ ଚରଣ ବିଷୋୟୀ ଘରକୁ ଆସିଲା ବେଳେ ଗ୍ରିଲ ରେ ଲାଗିଥିବା ଚାବି ଭଙ୍ଗା ଯାଇଥିବା ଦେଖିବା ସହିତ ଭିତରେ ଆଲମାରୀ, ଆଲୋନା ଭାଙ୍ଗି ଗୋଟିଏ ସୁନାହାର, ସୁନା ଚେନ, କାନଫୁଲ, ରୁପାରେ ନିର୍ମିତ ପାଉଁଜି, କମର ପଟି ଇତ୍ୟାଦି ୩ଲକ୍ଷ ରୁ ଅଧିକ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାର ନଗଦ ଟଙ୍କା କେହି ଦୁର୍ବୁତ୍ତ ଚୋରୀ କରି ନେଇଯାଇଥିବା ଜାଣିବାକୁ ପାଇଲେ। ତୁରନ୍ତ ଘର ମାଲିକ ପଦ୍ମଚରଣ ବିଷୟୀ ଏ ସମ୍ବନ୍ଧରେ ନବରଙ୍ଗପୁର ଥାନା ଏକ ଏତଲା ଦେଇଛନ୍ତି। ଏତଲା ଭିତ୍ତି କରି ନବରଙ୍ଗପୁର ପୋଲିସ ଘଟଣା ସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛି।

Comments are closed.