ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମୁଣ୍ଡାଗୁଡା ଗ୍ରାମରେ ନକଲି ବିଦେଶୀ ମଦ ତିଆରି ହେଉଥିବା ଖବର ପାଇ ବ୍ରହ୍ମପୁରରୁ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ମୁଣ୍ଡାଗୁଡା ଗ୍ରାମର ସୀତାରାମ ପ୍ରଧାନ। ତାଙ୍କ ଘରୁ ବିଭିନ୍ନ ବ୍ରାଣ୍ଡର ନକଲି ମଦ ୧୨ ଲିଟର, ବିଅର ୧୧୭ ଲିଟର, ଗୋଆ ବ୍ରାଣ୍ଡର ମଦ ୮ ଲିଟର, ୪୦ ଲିଟର ସ୍ପିରିଟ୍ ସହ ଏକ ଲିଟର କାରାମିଲ ଜବତ କରିଛି। ଆଠ ଜଣ ବିଶିଷ୍ଟ ଏହି ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିବା ବେଳେ ଏସ.ଆଇ ବିଶ୍ୱଜିତ ଦାସ ଏହାର ନେତୃତ୍ୱ ନେଇଥିବା ସୂଚନା ମିଳିଛି।

Comments are closed.