ପ୍ରଦୀପ ବିଜେଡିରେ ଯୋଗଦେବା ପରେ କଂଗ୍ରେସର ତୀବ୍ର ପ୍ରତିକ୍ରିୟା

ନବରଙ୍ଗପୁର: ପୂର୍ବତପ ପିସିସି ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ଯୋଗଦେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଶନିବାର ସନ୍ଧ୍ୟାରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଜୟପୁର ବିଧାୟକ ତାରା ପ୍ରସଦ ବାହିନିପତି ପ୍ରଦୀପଙ୍କୁ ତୀବ୍ର ସମାଲୋଚନା କରିଥିଲୋ ଅବିଭକ୍ତ କୋରାପୁଟ ଜିଲାରେ କଂଗ୍ରେସ କିଛି କରିନି ବୋଲି ପ୍ରଦୀପ କହିବା ଆଶ୍ଚର୍ଯ୍ୟର ବିଷୟ। ପ୍ରଦୀପ ଙ୍କର ସମେତ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ଓ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କଂଗ୍ରେସ ବିରୋଧରେ କହିଥିବା ନେଇ ସେ ତିବ୍ର ନିନ୍ଦା କରିଥିଲେ। କଂଗ୍ରେସ ତୁମକୁ ବହୁତ ପଦପଦବୀ ଦେଲା ତେବେ କଂଗ୍ରେସ ସାଂସଦ ଓ ବିଧାୟକ ହୋଇଥିଲ। ଏବେ ଭତ୍ତା ପାଉଛ। ତେବେ ତୁମେ ଏହି ଭତ୍ତାକୁ ଛାଡିଦେବ କି ବୋଲି ପ୍ରଶ୍ନ କରିଥିଲେ।

କଂଗ୍ରେସ ସମୟରେ ଅବିଭକ୍ତ କୋରାପୁଟ ଜିଲାରେ ଡୁଡୁମା ପ୍ରକଳ୍ପ, ଇନ୍ଦ୍ରାବତୀ ପ୍ରକଳ୍ପ, ନାଲକୋ,ହାଲ, ମେଡିକାଲ କଲେଜ, କେବିକେ ଜିଲାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଅଞ୍ଚଳ ବିକାଶ କଂଗ୍ରେସ ସମୟରେ ହିଁ ହୋଇଥିିଲା। ଅର୍ଥଲୋଭରେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି। ଅବିଭକ୍ତ କୋରାପୁଟ ଜିଲାର ବିଜେଡିର ବିଧାୟକମାନେ ଏହିଜିଲାର ସମସ୍ୟା ସଂପର୍କରେ ଓ ସ୍ୱାଭିମାନ ପାଇଁ ବିଧାନସଭାରେ ପଦଟିଏ କହୁନାହାନ୍ତି। କହିଲେ ଟିକଟ କଟିଯିବାର ଭୟ ରହିଛି ବୋଲି କହିଥିଲେ। ଜିଲା କଂଗ୍ରେସ ସଭପତି ମୁନା ତ୍ରିପାଠୀ ବିଜେଡି ଏବେ ବିରୋଦୀଦଳର ନେତାଙ୍କୁ କିଣିବା ଆରମ୍ଭ କରିଛି। ବିରୋଧୀଙ୍କର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି। ଯାହାକି ଗଣତନ୍ତ୍ର ପାଇଁ ଶୁଭ ନୁହଁ। ପ୍ରଣବ ପ୍ରକାଶ ଦାସଙ୍କର ଏହି ଉଦ୍ୟମ କୁ ସେ ନିନ୍ଦା କରୁଥିବା କହିଥିଲେ। ପ୍ରଦେଶ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ ସଦନ ନାୟକ, ପ୍ରଦେଶ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ ଭୂଜବଳ ମାଝୀ, ବରିଷ୍ଠ ନେତା ଭୂବନେଶ୍ୱର ସୁର, ପିସିସି ସଭ୍ୟ ଦିଲୀପ କୁମାର ବେହେରା ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.