ଦରମା ବୃଦ୍ଧି ଦାବି: ବିଇଓ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କଲା ଜିଲା କନିଷ୍ଠ ଶିକ୍ଷକ ସଂଘ

ନବରଙ୍ଗପୁର: ଦରମା ବୃଦ୍ଧି ଦାବି ନେଇ ବିଇଓ କାର୍ଯ୍ୟାଳୟରେ ଜିଲା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ଅନୁଦାୟୀ କନିଷ୍ଠ ଶିକ୍ଷକ ସଂଘ ୨୦୧୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ସରକାରଙ୍କ ପାଖରେ ଉପସ୍ଥାପନା କରିଆସୁଛି। ଇତି ମଧ୍ୟରେ ଦୀର୍ଘ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରିନାହାନ୍ତି। ତେଣୁ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ନିଜର ଦାବି ସରକାରଙ୍କ ପାଖରେ ପହଞ୍ଚାଇବା ସହ ଦରମା ବୃଦ୍ଧି ଦିଗରେ ଖୁବ ଶୀଘ୍ର ପଦକ୍ଷେପ ନେଲେ ଆନ୍ଦୋଳନ କରିବାକୁ ସଂଘ ଦାବି ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଛି।

Comments are closed.