ମେଧାବି ଛାତ୍ରୀ ପାଲଟିଛନ୍ତି ଶ୍ରମିକ:ଏବର୍ଷ ସଞ୍ଚୟ କରିବେ, ଆସନ୍ତା ବର୍ଷ ପଢ଼ିବେ

ନବରଙ୍ଗପୁର: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ୍ଦଗୁଡ଼ା ଗ୍ରାମର ମେଧାବୀ ଛାତ୍ରୀ ପାଲଟିଛନ୍ତି ଶ୍ରମିକ। କାଳବିନ କୁମାର ହରିଜନଙ୍କ ବଡ଼ ଝିଅ ରୂପାଲି ହରିଜନ ଓ ଦ୍ବିତୀୟ ଝିଅ ସୋନାଲି ହରିଜନ ଯୁକ୍ତ ଦୁଇ ପରେ ଅର୍ଥାଭାବ ଯୋଗୁଁ ଅଧିକ ପାଠ ପଢ଼ିପାରିନଥିଲେ। ସେହିପରି ସାନ ପୁଅ ଅନଳ ହରିଜନ ମଧ୍ୟ ଯୁକ୍ତ ଦୁଇ ପରେ ଆଉ ପଢ଼ିପାରେଲେ ନାହିଁ।କାଳବିନଙ୍କ ସାନ ଝିଅ ରୁମି ହରିଜନ ଆମ ଭାଇ ଭଉଣୀଙ୍କ ଶିକ୍ଷାଗତ ଯୋଗ୍ୟତା ଦୁଇ ପରେ ପାଠପଢ଼ାରେ ଡୋରି ବାନ୍ଧିକୁ ନାପସନ୍ଦ କରିଥିଲେ।   କଣ୍ଟାଗାଁ ବିଦ୍ୟାଳୟ ରୁ୨୦୧୯ରେ ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡ଼ା ୭୧ ପ୍ରତିଶତ ନମ୍ବର ରଖିଥିଲେ। ସେ କଣ୍ଟାଗାଁ ବିଦ୍ୟାଳୟର ଉତ୍ତମ ଛାତ୍ରୀ ଭାବେ ପୁରୁସ୍କାର ମଧ୍ୟ ପାଇଛନ୍ତି। ଏହାପରେ ମାଲକାନଗିରି ଜିଲାର ଗୋବିନ୍ଦପାଳି ଏସଏସଡି ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ପାଠ ପଢି ଶତକଡ଼ା ୬୮ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ।  ସେ ମଧ୍ୟ ଅର୍ଥାଭାବ  ଯୋଗୁଁ ଯୁକ୍ତ ତିନି ରେ ନାମ ଲେଖାରୁ ବଞ୍ଚିତ ହେଲେ।  ତେବେ ଯୁକ୍ତ ୩ ପାଠ ପଢ଼ିବା ପାଇଁ ​‌ସେ ଶପଥ କରିଛନ୍ତି। ସେ କହିଛନ୍ତି ଯେ ଏ ବର୍ଷ ପାଠ ପଢ଼ିବାକୁ ଇଚ୍ଛା ଥିଲା , ହେଲେ କଣ କରିବି। କାହାଠାରୁ ଧାର ଆଣିଲେ, ତାକୁ ପୁଣି  ସୁଝିବାକୁ ହେବ। ଘରେ ବାପାଙ୍କର ଦେହ ସବୁବେଳେ ଅସୁସ୍ଥ ରହୁଛି। ଔଷଧ କିଣିବାକୁ ଟଙ୍କା ନାହିଁ। ଏସବୁ ଚିନ୍ତା କରି ନବରଙ୍ଗପୁର ଚାଲି ଆସିଲି। କିଛି ରୋଜଗାର କରି ଚଳିବି, ଆଉ କିଛି ବାପାଙ୍କର ଔଷଧ ପାଇଁ ଟଙ୍କା ପଠାଇବି। ଆଜି ନବରଙ୍ଗପୁର ଟାଉନରେ ଆସିଛି କିଛି କାମ ପାଇଁ। ସେ ପଠାଣ ସାହିରେ ଯାଇ କାମ କିଛି ମିଳିବ କି, ବୋଲି ପଚାରିଥିଲେ। ପଠାଣ ସାହିର ଏମ.ଡି ହାଜି ତାଙ୍କ ଦୋକାନରେ  କାମ ଦେଇଥିଲେ। ତେବେ ନିଯୁକ୍ତି ଦେବା ପୂର୍ବରୁ ତୁମେ କେତେ ପାଠ ପଡିଛ ବୋଲି ପଚାରିଥିଲେ। ଯୁକ୍ତ ଦୁଇ ସାଇନ୍ସ ପାସ କରିଛି ବୋଲି କହିଥିଲେ। ତୁମ ପାଠ ପଢା ସରିନି କାହିଁକି କାମ କରିବାକୁ ଆସିଛି ବୋଲି ତାଙ୍କ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅତି ନମ୍ର ଭାବରେ ରୁମି  ଆମ ପରିବାର ପରିସ୍ଥିତି ଠିକ୍ ନାହିଁ ସାର ବୋଲି କହିଥିଲେ। ପାଠ ପଡ଼ିବାକୁ ଇଛାଶକ୍ତି ଥିଲେ ବି ଦାରିଦ୍ର୍ୟ ପ୍ରତିବନ୍ଧକ ସାଜିଛି। ଏ ବର୍ଷ କାମ କରି ସଞ୍ଚୟ କରିବ ଏବଂ ଆସନ୍ତାବର୍ଷ କଲେଜରେ ଯୁକ୍ତ ତିନି ପଢ଼ିବା ପାଇଁ ନାମ ଲେଖାଇବି  ବୋଲି ପ୍ରକାଶ କରିଥିଲେ। ସରକାର ଶିକ୍ଷା ବିଭାଗ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ, ଏଭଳି ଯୁବତୀଙ୍କୁ ଚିହ୍ନଟ କରି ସେମାନେ କିଭଳି ଉପଯୁକ୍ତ ଶିକ୍ଷା ଗ୍ରହ କରିପାରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.