ସ୍କୁଟି ସହ ଗଂଜେଇ ଜବତ, ଦୁଇଗିରଫ 

 ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମୈଦଲପୁର ପୋଲିସ ଆଜି ସକାଳ 10ଟା ବେଳେ ଦୁଇ ଜଣ ସ୍କୁଟିରେ ଗଂଜେଇ ନେଉ ଥିବା ବେଳେ ଗିରଫ କରିଛି` ଗିରଫଦୁଇ ଜଣହେଲେ କୋରାପୁଟ ଜିଲ୍ଲା ବାମୁଣୀ ଗ୍ରାମ ର ଶେକ ଆକବର ଓ ମହମଦ ରଫି । ସୂଚନା ଅନୁସାରେ, ସବୁ ଦିନ ପରି ଫାଣ୍ଡି ସାମନାରେ ପୁଲିସ ଗାଡି ଯାଞ୍ଚ କରୁଥିବା ସମୟ ରେ ସ୍କୁଟିଟି କୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟ ଗୋଟିଏ ବ୍ୟାଗ ରେ ଗଂଜେଇ ଥିବାର ଜଣାପଡିଥିଲା। ମାଜିଷ୍ଟ୍ରେଟ ଦାୟିତ୍ୱରେ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଗଂଜେଇ ଗୁଡିକ ଓଜନ କରାଯାଇଥିଲା। ସେଥିରୁ ୭କେଜି ୯୦୦ଗ୍ରାମ ର ଗଂଜେଇ ବାହାରିଥିଲା। ଓଜନ ବେଳେ ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ କୁମାର ଶବର, ଫାଣ୍ଡି ଅଧିକାରୀ ଅନାମ ଦିଆନ, ପ୍ରବୀଣ ପଞ୍ଜିଆ, ନରେଶ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.