ପୁଅକୁ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ପ୍ରେମିଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା

ନବରଙ୍ଗପୁର: ପ୍ରେମିଯୁଗଳ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା – ଝିଅ ର ପରିବାର ଲୋକେ ପୁଅ କୁ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଲେ ପୁଅ ପରିବାର ଲୋକେ। ଆଜି ଏନେଇ ପୁଅ ପରିବାର ପକ୍ଷରୁ ୩୦/୩୫ ଜଣ ଲୋକ ପାପଡାହାଣ୍ଡି ଥାନାରେ ଏତଲା ଦେବାସହ ନବରଙ୍ଗପୁର ଏସପି ଙ୍କୁ ଭେଟି ତଦନ୍ତ କରି ପୁଅକୁ ନ୍ୟାୟ ଦେବାପାଇଁ ଏସପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି ମୃତ ପୁଅର ଦାଦା ଓ ସମ୍ପର୍କୀୟ ଲୋକେ। ସୂଚନା ମୁତାବକ ଗତ ଶନିବାର ୨୫ତାରିଖ ରେ ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଚେରଚେଟା ପଞ୍ଚାୟତ ର କଦଭଟ୍ଟା ଗ୍ରାମ ନିକଟସ୍ତ ଏକ ଜଙ୍ଗଲ ରେ ଏକ ଗଛ ଡାଳରେ ଏକ ପ୍ରେମିଯୁଗଳ ଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା, ଏନେଇ ପ୍ରଥମେ ଝିଅ ର ପରିବାର ଲୋକେ ପାପଡାହାଣ୍ଡି ଥାନାରେ ଜଣାଇବା ପରେ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିବା ସମୟରେ ମୃତ ପ୍ରେମିକ ବିଷ୍ଣୁ ଭତରା ଙ୍କ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ପୋଲିସ ଏକ ଅପମୃତ୍ୟ ମାମଲା ଦାୟର କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା। ଘଟଣା ମୁତାବକ କଦଭଟ୍ଟା ଗ୍ରାମର ଶୁକମନ ଭତରା ଙ୍କ ଝିଅ ସାବିତ୍ରୀ ଭତରା (୧୮) ଏବଂ ଡାବୁଗାଁ ବ୍ଲକ ବଡ଼ କଇଲାରୀ ଗ୍ରାମର ରୁଦ୍ର ଭତରା ଙ୍କ ପୁଅ ବିଷ୍ଣୁ ଭତରା (୧୭) ଉଭୟଙ୍କ ମୃତଦେହ କଦଭଟ୍ଟା ନିକଟସ୍ଥ ବତାସର ଜଙ୍ଗଲ ରେ ଦେଖିବାକୁ ମିଳିବା ପରେ ପୋଲିସ ପହଂଚି ତଦନ୍ତ ଚଳାଇବା ସହ ପ୍ରେମିକ ଓ ପ୍ରେମିକା ପରିବାର ଲୋକଙ୍କୁ ପଚରାଉଚରା କରି ଛାଡିଦେଇଥିଲା।

 

ଘଟଣାର ଦୁଇଦିନ ପରେ ମୃତ ବିଷ୍ଣୁ ଙ୍କ ପରିବାର ଲୋକେ ତାଙ୍କ ପୁଅକୁ ହତ୍ୟା କରି ଗଛରେ ଓଳାଇ ଦିଆଯାଇଛି ବୋଲି ସଂଗୀନ ଅଭିଯୋଗ ଆଣିବା ସହ ପାପଡାହାଣ୍ଡି ଥାନା ଓ ନବରଙ୍ଗପୁର ଏସପିଙ୍କ ନିକଟରେ ଆଜି ଅଭିଯୋଗ କରିବା ପରେ ବର୍ତମାନ ଏହି ଘଟଣା କୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି। ଆଜି ମୃତ ବିଷ୍ଣୁର କାକା ସନୁ ଭତରାଙ୍କ ସହ ୩୦/୩୫ ଜଣ ସମ୍ପର୍କୀୟ ଲୋକେ ପାପଡାହାଣ୍ଡି ଥାନାକୁ ଆସି ଏତଲା ଦେବାସହ ନବରଙ୍ଗପୁର ଏସପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଜ୍ଝ ଅଭିଯୋଗ ଅନୁଯାଇ ଡାବୁଗାଁ କଇଲାରୀ ଗ୍ରାମର ବିଷ୍ଣୁ ଧଡ଼ରା କଲେଜ ରେ +୨ ଦ୍ୱିତୀୟ ବର୍ଷ ରେ ପାଠ ପଢୁଥିଲା ଘଟଣାର ଦୁଇଦିନ ପୂର୍ବେ ୨୩ ତାରିଖ ଗୁରୁବାର ଦିନ ବିଷ୍ଣୁ କଲେଜ ରୁ ୪ଘଣ୍ଟା ସମୟରେ ସାଇକେଲ ରେ ଘରକୁ ଆସିଥିଲା ଏବଂ ସନ୍ଧ୍ୟା ସମୟରେ କାହାକୁ କିଛି ନ କହି ପ୍ରେମିକା ସାବିତ୍ରୀଙ୍କ ଗ୍ରାମକୁ ଯାଇଥିଲା ସେଠରେ ଝିଅର ପରିବାର ଲୋକେ ବିଷ୍ଣୁ କୁ ମାଡ଼ ମାରିବା ସହ ତା ଠାରୁ ମୋବାଇଲ ଛଡାଇ ନେଇଥିଲେ ସେଠାରୁ ବିଷ୍ଣୁ ବିଳମ୍ବିତ ରାତ୍ରରେ ଘରକୁ ଫେରି କାହାକୁ ଏହି ବିଷୟରେ ନ ଜଣାଇ ସକାଳ ହେବାରୁ ଶୁକ୍ରବାର ଦିନ ୨୪ତାରିଖ ରେ ନିଜ ଛୋଟ ଭାଇସହ କଲେଜ ଯାଇ ସନ୍ଧ୍ୟା ରେ ଘରକୁ ଫେରି ଚୁପଚାପ ବସି ରହିଥିଲା ଏବଂ ନିଜର ଛୋଟ ଭାଇର ଫୋନ ନମ୍ବରକୁ ସନ୍ଧ୍ୟାରେ ଅନ୍ୟ ଏକ ମୋବାଇଲ ନମ୍ବରରୁ ସନ୍ଧ୍ୟା ୫ ଘଣ୍ଟା ଏବଂ ୫.୦୩ ରେ ଦୁଇଟି ମିସକଲ ଆସିବା ଦେଖି ବିଷ୍ଣୁ ସାନ ଭାଇର ମୋବାଇଲ କୁ ମାଗିନେଇ ବାହାରେ କଥା ହୋଇଥିଲା। ମୋବାଇଲ ଫେରାଇ ଦେବା ପରେ କାହାକୁ କିଛି ନ କହି ଘରୁ ଚାଲିଗଲା ବିଳମ୍ବିତ ରାତ୍ରୀ ପର୍ୟ୍ୟନ୍ତ ବିଷ୍ଣୁ ଘରକୁ ଫେରିନଥିଲା। ସକାଳେ ବହୁ ଖୋଜାଖୋଜି କରିବା ପରେ ସୋସିଆଲ ମିଡ଼ିଆ ରେ ଫଟୋ ଦେଖି ଘଟଣା ସ୍ଥଳକୁ ଯାଇଥିଲେ। ସେଠାରେ ଦୁଇଜଣଙ୍କ ମୃତଦେହକୁ ଦେଖି ସନ୍ଦେହ ହୋଇଥିଲା ଏବଂ ବିଷ୍ଣୁର ଶରୀରରେ ଆଘାତ ହୋଇ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଥାନାରେ ଏତଲା ଦେବାପାଇଁ କହିଥିଲେ ବି ମୃତଦେହ ବ୍ୟବଛେଦ ରିପୋର୍ଟ ଆସିଲେ ଦେଖିବା ବୋଲି ଥାନା ଅଧିକାରୀ କହିଥିବା  ବିଷ୍ଣୁ ର କାକା ପ୍ରକାଶ କରିଛନ୍ତି।  ସେ ଅଭିଯୋଗ କରିଛନ୍ତି ଯେ ମୋ ପୁଅର ମୋବାଇଲ ଏବେବି ତାଙ୍କ (ଝିଅର ଘରେ ) ପାଖରେ ଅଛି, ତାଙ୍କ ଝିଅ ପ୍ରଥମେ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା ଏବଂ ସେମାନେ ମୋ ପୁତୁରାକୁ ଡକାଇ ଘରେ ହତ୍ୟା କରି ଉଭୟଙ୍କ ମୃତଦେହକୁ ଗଛରେ ଝୁଲାଇ ଦେଇଛନ୍ତି ବୋଲି  ଅଭିଯୋଗ ଆଣିଛନ୍ତି ମୃତ ବିଷ୍ଣୁର କାକା ସନୁ ଭତରା। ପରିବାର ଲୋକେ ତେଣୁ ଆମକୁ ନ୍ୟାୟ ଦିଆଯାଉ ବୋଲି  ଦାବି କରିଛନ୍ତି। ଏ ନେଇ ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବରଙ୍କ କହିବା ଅନୁଯାଇ ଝୁଲନ୍ତା ମୃତ ଦେହକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଉଦ୍ଧାର କରାଯାଇଛି, ଶବ ବ୍ୟବଛେଦ ରିପୋର୍ଟ ଆସିଲେ ସତ୍ୟ ଜଣାପଡିବ ଏବଂ ଏମାନଙ୍କ ଅଭିଯୋଗ ପରେ ମୋବାଇଲକୁ ଟ୍ରାକ କରି ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.