ସମ୍ଭାବ୍ୟ ବାତ୍ୟାମୁକାବିଲା ପାଇଁ ନବରଙ୍ଗପୁର ପ୍ରଶାସନ ସଜାଗ, ଦିନ ତମାମ କୋହଲା ପାଗ ସହିତ ବର୍ଷା

ନବରଙ୍ଗପୁର:ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ମୁକାବିଲା କରିବା ପାଇଁ ଜିଲା ପ୍ରଶାସନ ସଜାଗ ରହିଛି। ନବରଙ୍ଗପୁରରେ ଲାଲ ସତର୍କ ସୂଚନା ଜାରି କରାଯାଇଛି। ଜିଲାର ସମସ୍ତ ୧୦ଟି ବ୍ଲକ ର ବିଡିଓ ଓ ତହସିଲଦାର ସମେତ ଦୁଇଟି ପୈାରାଞ୍ଚଳରେ ମାଇକ ପ୍ରଚାର କରି ଜନସାଧାରଣଙ୍କୁ ସତର୍କ ରହିଥିବା ପରାମର୍ଶ ଦିଆଯାଇଛି। ପ୍ରାଥମିକତାଭିତ୍ତିରେ ସମସ୍ତ ଅଞ୍ଚଳରେ ଜରୁରୀ କାଳୀନ ଖାଦ୍ୟ ମହଜୁଦ ରଖାଯାଇଛି। ରବିବାରଦିନ ବର୍ଷା ଓ ପବନ ଆରମ୍ଭ ହୋଇଛିା ଦିନ ତମାମ ସାମାନ୍ୟ ବର୍ଷା ରହିରହି ବର୍ଷୁଥିବାବେଳେ ଆକାଶ ମେଘାଛନ୍ନ ରହିଛି। ବର୍ଷା ସହିତ ଶୀତ ଅନୁଭୂତ ହେଉଛି। ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳଧାରଣ କ୍ଷମତା ୬୪୩ ମିଟର ରହିଥିବାବେଳେ ବର୍ତ୍ତମାନ ୬୩୨.୭୭ ମିଟର ରହିଛି।

 

ତେବେ ଆହୁରି ୮ମିଟର ଜଳର ଆବଶ୍ୟକତା ରହିଥିବାବେଳେ ଏହି ବାତ୍ୟାରେ ହେବାକୁ ଥିବା ବର୍ଷା ମଧ୍ୟ ଜଳ ଭଣ୍ଡାର ଭରିବାରେ ସକ୍ଷମ ହେବ ନାହିଁ ବୋଲି କୁହାଯାଇଛି। ଫଳରେ ନଦୀବନ୍ଧରୁ ଜଳନିଷ୍କାସନ କରିବାର ସମ୍ଭାବନ ନଥିବାରୁ ତଳ ଅଞ୍ଚଳରେ ବନ୍ୟା ପରିସ୍ଥିତ କମ ରହିବ ବୋଲି ଅନୁମାନ କରାଯାଇଛି। ବର୍ତ୍ତମାନ ଇନ୍ଦ୍ରାବତୀ ନଦୀରେ ଆବଶ୍ୟକ ଜଳ ନଥିବାରୁ ବାତ୍ୟାଜନିତ ବନ୍ୟା ତଳ ଅଞ୍ଚଳରେ ବିଶେଷ ପ୍ରଭାବିତ କରି ନପାରେ ବୋଲି ଆକଳନ କରାଯାଉଛି। ତଥାପି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସର୍ତକତା ଅବଲମ୍ବନ କରାଯାଇଛି। ଆଜି ଦୁଇଟି ଓଡ୍ରାଫ ଟିମକୁ ସମ୍ଭାବ୍ୟ ବନ୍ୟାପ୍ଲାବିତ ଅଞ୍ଚଳକୁ ପଠଯାଇଛି। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କର ନିର୍ଦ୍ଦେଶରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି। ଏଥିପାଇଁ ସମସ୍ତ ବ୍ଲକ ସଦର ମହକୁମା ଓ ଜିଲା କାର୍ଯ୍ୟାଳ୍ରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍ ଖୋଲାଯାଇଛି।

Comments are closed.