ଅବସରର ୩ବର୍ଷପରେ ମଧ୍ୟ ପ୍ରଧାନଶିକ୍ଷକଙ୍କୁ ମିଳୁନି ଭତ୍ତା

ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ପଞ୍ଚାୟତର ଉମୁରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମାକାନ୍ତ ତ୍ରିପାଠୀ ଅବସର ଗ୍ରହଣ କରିବାର ତିନିବର୍ଷ ତିନିମାସ ବିତିଯାଇଥିଲେ ମଧ୍ୟ ସେ ଭତ୍ତା ( ଫାଇନାଲ ପେନ୍‍ସନ୍‍) ପାଇବାରୁ ବଞ୍ଚିତ ହୋଇଛନ୍ତି। ଶ୍ରୀ ତ୍ରିପାଠୀ ଗତ ୩୦.୬.୨୦୧୮ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ତେବେ ଭତ୍ତା ପାଇବା ପାଇଁ ସେ ବାରମ୍ବର ତେନ୍ତୁଳିଖୁଣ୍ଟିବ୍ଳକ ଶିକ୍ଷା ଅଧିକାରୀଙ୍କର କାର୍ଯ୍ୟାଳୟକୁ ଦୈାଡିଦୈାଡି ନୟାନ୍ତ ହେଲେଣି। ଏହି କାର୍ଯ୍ୟାଳୟ ପକ୍ଷରୁ ଚିଠିନମ୍ବର- ୧୨୨୧ ତା ୫.୧୦.୨୦ରେ ସର୍ଭିସ୍‍ ବୁକ୍‍ ଭୂବନେଶ୍ୱର କଣ୍ଟ୍ରୋଲର ଆକାଉଣ୍ଟସ୍‍ ଅଫିସକୁ ଯାଇଥିବା କହିଥିଲେ। ଏହାପରେ ସେ ଭୂବନେଶ୍ୱର ଦୁଇଥର ଯାଇ ଫେରି ଆସିଛନ୍ତି। ଏହି ଚିଠିନମ୍ବରରେ କୈାଣସି ଚିଠି ଯାଇନଥିବା ସେ ସ୍ପଷ୍ଟ ହୋଇଥିଲେ। ତେବେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ତାଙ୍କର କାଗଜପତ୍ର ଭତ୍ତା ପାଇଁ ପଠାଉନଥିବାବେଳେ ତାଙ୍କୁ ଅଯଥାରେ ଜାଣିଶୁଣି ହଇରାଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବ୍ଲକ ଶିକ୍ଷା ଅଧିକାରୀ ଟି.ମିନତୀଙ୍କୁ ପଚାରିବାରୁ ସେ ଏସଂପର୍କରେ ଜାଣିନଥିବା କହିବା ସହ ଏହାର ଅନୁଧ୍ୟାନ କରି ପଦକ୍ଷେପନେବେ ବୋଲି କହିଛନ୍ତି।

Comments are closed.