ଡାକ୍ତର ନିଯୁକ୍ତି ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନସଚିବଙ୍କୁ ଚିଠି ଲେଖିଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଛତିଶଗଡକୁ ଲାଗି ରହିଥିବା ଗ୍ରାମଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଡି ଚାଲିଥିବା ବେଳେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଥିବା ବେଳେ ଡାକ୍ତର ସମସ୍ୟା ନବରଙ୍ଗପୁର ଜିଲ୍ଲାପାଇଁ ମୁଖ୍ୟ ସମସ୍ୟା ପାଲଟିଛି।

ଏପରି ସ୍ଥଳେ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସଂସଦୀୟ କ୍ଷେତ୍ର ଚନ୍ଦାହାଣ୍ଡି, ରାଇଘର ଏବଂ ଝରୀଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଯୋଗୁଁ ଏହି ଅଞ୍ଚଳମାନଙ୍କରେ କୋଭିଡର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ନ ଥିବା ଯୋଗୁଁ ସାଂସଦ ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ୟା ଜଣାଇଛନ୍ତି। ସାଂସଦଙ୍କ କହିବା ଅନୁଯାଇ ବର୍ତ୍ତମାନ ଚନ୍ଦାହାଣ୍ଡିର ପାଖାପାଖି ୫୦୦ ଜଣ ବ୍ୟକ୍ତି, ଝରୀଗାଁରୁ ୨୦୦ ଜଣ ବ୍ୟକ୍ତି ଏବଂ ରାଇଗର ବ୍ଲକର ୨୫୦ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ବର୍ତ୍ତମାନ କୋଭିଡ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛି ଏହି ଅଂଚଳ। ଏହି ଅଂଚଳରୁ ନବରଙ୍ଗପୁର କୋଭିଡ ହସ୍ପିଟାଲର ଦୂରତା ପ୍ରାୟ ୧୨୫ କିମିରୁ କମ୍ ନୁହେଁ। ଏହି ପ୍ରଭାବିତ ରୋଗୀମାନେ ନବରଙ୍ଗପୁରର କୋଭିଡ ହସ୍ପିଟାଲକୁ ଯିବାରେ ଅସମର୍ଥ। ଏପରି ପରିସ୍ଥିତିରେ ଏଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନିଯୁକ୍ତି କରିବା ସହ ବ୍ଲକ ସ୍ତରରେ ପୃଥକ କୋଭଡ ହସ୍ପିଟାଲର ବ୍ୟବସ୍ଥା କରିବା ପାଇଁ ସାଂସଦ ଚିଠିରେ ଅନୁରୋଧ କରିଥିବା ସୂଚନା ଦେଇଛନ୍ତି।

Comments are closed.