୨୦୦୦ଜଣ ନାବାଳକ ଓ ୫୦୫୦ ନାବାଳିକା ନିଖୋଜ: ପ୍ରତିବାଦରେ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲା କଂଗ୍ରେସ ପାର୍ଟି ତରଫରୁ ନବରଙ୍ଗପୁର ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଧଶନ କରିଥିଲେ । ପ୍ରତିବାଦ ଅନୁଯାଇ ଗତ ୨୦୧୬ରୁ ୨୦୨୦ ମସିହା ମଧ୍ୟ୍ୟରେ ୨୦୦୦ଜଣ ନାବାଳକ ଓ ୫୦୫୦ଜଣ ନାବାଳିକା ସରକାରୀ ଫାଇଲ ଅନୁସାରେ ନିଖୋଜ ଥିବାବେଳେ ସେମାନଙ୍କ ପରିବାରକୁ ଉଚିତ ନ୍ୟାୟ ମିଳିନଥିବାରୁ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡୁଛନ୍ତି। ତେଣୁ ସେମାନଙ୍କୁ ଉଚିତ ନ୍ୟାୟ ଦେବାସହ ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାଲାଗି ଆଜି ନବରଙ୍ଗପୁର ଜିଲା କଂଗ୍ରେସ ତରଫରୁ ଏକ ଲିଖିତ ଦାବିପତ୍ର ନବରଙ୍ଗପୁର ଏସପି ନୀତିନ କୁଶେଲକରଙ୍କୁ ପ୍ରଦାନ କରାଯାଇଛି।

 

ଏହି ଧାରଣାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ଆଇନଜୀବି ଦିଲୀପ ବେହେରା, ଅଖିଳ ଭତରା, ଉତ୍ତମ ତ୍ରିପାଠୀ, ସୁମିତ ପୂଜାରୀ, ଗୌତାଜ ଇମ୍ରାନ ସାରିପ, ମିଟୁ ପାତ୍ର, ନାଗ ରାତ୍ରମ, ପ୍ରଣତି ତ୍ରିପାଠୀ, ପ୍ରଭାତୀ ତ୍ରିପାଠୀ, ତୁଳସୀ ଭତରା, ପ୍ରଦୀପ ସାହୁ ଏବଂ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥଇଲେ।

Comments are closed.