ନବରଙ୍ଗପୁରରେ ଆଇପିଏଲ ବେଟିଂ: ଜଣେ ଗିରଫ, ଅନ୍ୟ ଜଣେ ଫେରାର

ନବରଙ୍ଗପୁର: ଆଇପିଏଲ ବେଟିଂ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଥିବା ଆଜି ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାଇ ମିନା ସୂଚନା ଦେଇଛନ୍ତି। କ​‌େ​‌ରାନା କାଳରେ ଆଇପିଏଲକୁ ଏକ ଅର୍ଥ ଉପାର୍ଜନର ସହଜ ସୁଯୋଗ ଉପାୟ ଭାବେ କିଛି ଯୁବ ଗୋଷ୍ଠୀ ବେଟିଂରେ ମତୁଆଲା ହେଉଛନ୍ତି। ନବରଙ୍ଗପୁର ପୁଲିସ ସେମାନଙ୍କ ଉପରେ ନଜର ରଖିଥିଲା। ଅନଲାଇନ ଆପ ମାଧ୍ୟମରେ ବେଟିଂ ଚାଲିଥିବା ବେଳେ ଟାଉନ ପୁଲିସ ତରଫରୁ ଚଢ଼ଉ କରି ନବରଙ୍ଗପୁର ସହର ଭଗବତୀ ସାହିର ବାଦଲ ନାୟକ ଓରଫ କିକି ଯୁବକକୁ ଗିରଫ କରାଯାଇଛି।

 

ଚଢ଼ଉ ସମୟରେ ୩ ଲକ୍ଷ ୮୮ ହଜାର ନଗଦ ଟଙ୍କା ସହ ୩ଟି ସୁନା ଚେନ, ୪ ଟି ମୋବାଇଲ ଫୋନ ଜବତ କରାଯାଇଛି। ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ତାକୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଧରିବା ପାଇଁ ଚଢ଼ଉ ଜାରି ରହିଥିବା ନବରଙ୍ଗପୁର ଏସପି ଶ୍ରୀ ମିନା ପ୍ରକାଶ କରିଛନ୍ତି।

Comments are closed.