ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଗଦା 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ରାଇଘର ବ୍ଲକ ଜୋଡେଙ୍ଗା ଗ୍ରାମରେ ଆଜି ପାଞ୍ଚଟି ଧାନ କୂପ ନିଆଁରେ ଜଳି ଲକ୍ଷାଧିକ ଟଙ୍କାର ଫସଲର ଚାଷ ନଷ୍ଟ ହୋଇଯାଇଛି ।

ସୂଚନା ଅନୁସାରେ, ଗ୍ରାମର ମୋଙ୍ଗୁଲୁ ଗଣ୍ଡଙ୍କର ୩ ଏକର, ବିଶ୍ୱନାଥ ଗଣ୍ଡ ଙ୍କର ୫ଏକର ଓ ରତ୍ନୀ ଗଣ୍ଡଙ୍କର ୧ ଏକର ଧାନ ଗଦାରେ ନିଆଁର ପ୍ରକୋପ ଏତେ ପରିମାଣରେ ଥିଲା ଯେ, ନିଆଁକୁ ଆୟତ କରିବାକୁ ଗ୍ରାମରଲୋକ ମାନେ ସାହସ ଯୁଟାଇ ପାରୁନଥିଲେ। ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରେ କେହି ନ ଥିବା ସମୟରେ ପାଞ୍ଚ ପାଞ୍ଚଟି ଧାନ କୁପରେ କେମିତି ନିଆଁ ଲାଗିଲା? କିଏ ନିଆଁ ଲଗାଇଲେ ? ତାହା ଏବେ ବର୍ତ୍ତମାନ ସୁଦ୍ଧା ଧାନ କୁପରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣା ପୋଡ଼ି ନାହିଁ। ଚାଷୀ ଋଣ ଆଣି ଚାଷ କରିଥିଲେ ଏବେ କେମିତି ଋଣ ପଇସା ସୁଝିବେ ମୁଣ୍ଡରେ ଚିନ୍ତା ପଶିଲାଣି। ରତ୍ନୀ ଗଣ୍ଡଙ୍କ ସ୍ୱାମୀ ମୃତ୍ୟୁବରଣ ହେବା ପରେ ଏକୁଟିଆ ରହୁଛନ୍ତି। ଏମାନେ ସବୁ ଗରିବଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Comments are closed.