କୁଞବିହାର ପାଠାଗାରରେ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ

ନବରଙ୍ଗପୁର: କୁଞିବିହାରୀ ପାଠାଗାର ଆନୁକୂଲ୍ୟରେ ମାସିକ ଆଲୋଚନା ଚକ୍ର କାର୍ତ୍ତୀକ ମାସର ମହାତ୍ମ୍ୟ ଓ ଅଧ୍ୟାପକ ବନବିହାରୀ ଦାଶଙ୍କର କବିତାସଂକଳନ ‘ପହିଲି ପରଶ’ ଓ ପ୍ରବନ୍ଧ ସଂକଳନ ‘ନବଉଦୟ’ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପାଠାଗାରର ସଭାପତି ସାହିତ୍ୟିକ ନାରାୟଣ ପଣ୍ଡା ସଭାପତିତ୍ୱ କରିଥିଲେ। ସରୋଜ କୁମାର ତ୍ରିପାଠୀ ଆଲୋଚକ ଭାବେ ଯୋଗଦେଇ ଓଡିଆ ଧର୍ମଦର୍ଶନରେ କାର୍ତ୍ତୀକ ମାସର ମହତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲୋ ପାଠଗାରର ଉପଦେଷ୍ଠା ଗୋପବନ୍ଧୂ ବିଷୋୟୀଙ୍କର ଦ୍ୱାରା ଅଧ୍ୟାପକ ଶ୍ରୀଦାଶଙ୍କର ଦୁଇଟି ପୁସ୍ତକ ଉନ୍ମୋଚୀତ ହୋଇଥିଲା। ଏଥିରେ ସମୀକ୍ଷକ ଭାବେ ଜଗଦିଶ ତ୍ରିପାଠୀ ଓ କୈଳାଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ।

ଏହି ଅବସରରେ ଅଧ୍ୟାପିକା ସ୍ୱପ୍ନା ମହାନ୍ତି ଓ ନାଟ୍ୟକାର ଜଗନ୍ନାଥ ବେହେରାଙ୍କର ସଂଯୋଜନାରେ ଏକ ମନୋଞ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ କବି ଜେମାମଣି ବିଷୋୟୀ, ହରିହର ନାୟକ, ପର୍ଶୁରାମ ସାହୁ, ପି.ରବିକାନ୍ତ ,ଗୋପାଳ କୃଷ୍ଣ ପାଣିଗ୍ରାହୀ , ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡଃ. ସଂଯୁକ୍ତା ପଣ୍ଡା, ଡଃ,ରାଧାନାଥ ବେହେରା, ଡାକ୍ତର ଅମ୍ବିକା ପ୍ରସାଦ ପାଣିଗ୍ରାହୀ, ଗୋପାଳ କୃଷ୍ଣ ମହାପାତ୍ର, ନିରଞ୍ଜନ ମିଶ୍ର, କୁମୁଦ ପଟ୍ଟନାୟକ, ଦମୟନ୍ତି ବେହେରା, ବୈଦେହୀ ପଣ୍ଡା, ପ୍ରେମଚାନ୍ଦ ପଟ୍ଟନାୟକଙ୍କର ସହିତ ଅନେକ ବିଞ ବ୍ୟକ୍ତି ଯୋଗ ଦେଇଥିଲା। ଏହି ଅବସରରେ ନବରଙ୍ଗପୁର ମାଟିର ଗୈାର କ୍ଷୁଦ୍ରଗ୍ରହର ଆବିଷ୍କାରକ ବନିତାଦାଶଙ୍କୁ ପାଠଗାର ତରଫରୁ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିିଲା। ଶେଷରେ ପାଠାଗାର ସମ୍ପାଦକ ରଜନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.