ୟୁରିୟା ସାର ଯୋଗାଣ ବୃଦ୍ଧିପାଇଁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ

ନବରଙ୍ଗପୁର: ନବରଙ୍ଗପୁର ସାଂସଦଙ୍କ ସଂସଦୀୟ ଅଂଚଳରେ ସାରର କୁତ୍ରିମ ଅଭାବ ସାଙ୍ଗକୁ ଚାଷୀଙ୍କୁ ଦରକାର ପଢ଼ୁଥିବା ୟୁରିୟା ସାର କୋଟା ବୃଦ୍ଧି କରିବା ସହ ଚାଷର ଉପଯୁକ୍ତ ସମୟରେ ସାର ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀଙ୍କୁ ସାଂସଦ ରମେଶ ଚନ୍ଦ୍ର ମାଝୀ ଭେଟିଛନ୍ତି। ଶ୍ରୀ ମାଝୀ ଗୁରୁବାର ଦିଲ୍ଲୀରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ କେନ୍ଦ୍ରମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ସାକ୍ଷାତ କରି ତାଙ୍କ ସଂସଦୀୟ ବିଭାଗ ଅଧୀନରେ ଆସୁଥିବା ଓଡିଶାର ନବରଙ୍ଗପୁର ଜିଲ୍ଲାର କୃଷକଙ୍କ ସପକ୍ଷରେ ୟୁରିଆ କୋଟା ଯୋଗାଣ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀ ମାଝୀ ସୂଚନା ଦେଇଛନ୍ତି ଯେ, ଏହି ଜିଲ୍ଲାର କୃଷକମାନେ ମୁଖ୍ୟତଃ ଧାନ ଚାଷ କରିଥାନ୍ତି ଓ ମୋଟ ୧ ଲକ୍ଷ ଏକ ହଜାର ୫୧୭ ହେକ୍ଟର ଜମିରେ ଧାନ ଚାଷ କରୁଥିବା ବେଳେ ମକା ୬୦ ହଜାର ୯୫୪ ହେକ୍ଟର ଜମିରେ ଚାଷ କରୁଛନ୍ତି। ସେହି ଅନୁଯାୟୀ, ଜୁଲାଇ ୨୦୧୧ ପର୍ଯ୍ୟନ୍ତ ୟୁରିଆର ଆବଶ୍ୟକତା ପଡୁଛି ୪୫ ହଜାର ମେଟ୍ରିକ ଟନ। ଓଡିଶା ରାଜ୍ୟକୁ ୟୁରିଆ ଯୋଗାଣ ସ୍ଥିରତା ହେତୁ ବର୍ତ୍ତମାନ ଉଭୟ ବର୍ଗର ସ୍ଥାୟୀ ଫସଲ ବଞ୍ଚାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ। ଏହି ପରିସ୍ଥିତିରେ କୃଷି ଉତ୍ପାଦନକୁ ସୁରକ୍ଷିତ ରଖିବା ପାଇଁ ଓଡିଶାର ନବରଙ୍ଗପୁର ଜିଲ୍ଲା କୃଷକଙ୍କ ସପକ୍ଷରେ ଆବଶ୍ୟକତା ଅନୁଯାୟୀ ୟୁରିଆ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ସାଂସଦ ଶ୍ରୀ ମାଝୀ।

Comments are closed.