ଦୁରୁଆ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ପାଇଁ ସାଂସଦ ରମେଶ ମାଝୀଙ୍କ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ

ନବରଙ୍ଗପୁର: ଓଡିଶା ରାଜ୍ୟର କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦ୍ରା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଚୁର ପରିମାଣରେ ଅନୁସୂଚିତ ଜନଜାତି ବର୍ଗରେ ଦୁରୁଆ ସବ୍ ଜାତିର ବାସିନ୍ଦା ବସବାସ କରୁଥିବା ବେଳେ ସେମାନଙ୍କର ଦୈନନ୍ଦିନ ଜୀବନ ଶୈଳୀ, ବଂଚିବା ଶୈଳୀ ତଥା ସାମାଜିକ-ଆର୍ଥିକ ପରିସ୍ଥିତିକୁ ବିଚାରକୁ ନେଇ ଓଡ଼ିଶା ସରକାର ଅନୁସୂଚିତ ଜନଜାତି ବର୍ଗ ଅଧୀନରେ ଏହି ଉପ-ଜାତି ଅନ୍ତର୍ଭୁକ୍ତ କରିବାପାଇଁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଗୁରୁବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଭେଟି ସୁପାରିଶ କରିଛନ୍ତି ଏବଂ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିଚାରକୁ ନେବାପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏହି ପ୍ରସ୍ତାବକୁ ଗୁରୁତ୍ୱର ସହ ନେଇଥିବା ନେଇ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Comments are closed.