ଖୋଜୁଛି ପୁଲିସ, ମେଡିକାଲ ପରିସରରୁ ମୃତ ନାବାଳିକାଙ୍କ ଶବ ନେଇ ପରିବାର ଲୋକେ ଫେରାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ କୁଚା ଜାମ୍ବଗୁଡା ଅଂଚଳର ଯୀଶୁଦାନ ହରିଜନଙ୍କ ନାବାଳିକା ଝିଅ ସସ୍ମିତା ହରିଜନ (୧୫) ନାବାଳିକା ଜନକଙ୍କ ଆଜି ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲକୁ ତାଙ୍କ ପରିବାର ଲୋକେ ଆଣିଥିଲେ। ଏଠାରେ ଡାକ୍ତର ନାବାଳିକାର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜାଣି ଡାକ୍ତର ଏନେଇ ପାପଡାହାଣ୍ଡି ପୋଲିସକୁ ଖବର ଦେବା ବେଳେ ମୃତ ନାବାଳିକା ପରିବାର ଲୋକେ ମୃତ ନାବାଳିକାକୁ ଧରି ମେଡିକାଲରୁ ଫେରାର ହୋଇଯାଇଥିଲେ।

ଏପଟେ ଏନେଇ ପାପଡାହାଣ୍ଡି ମେଡିକାଲ ଡାକ୍ତର ପୋଲିସକୁ ସୂଚନା ଦେବାପରେ ମୈଦାଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ ଏକ ପୋଲିସ ଟିମ ନାବାଳିକା ଗ୍ରାମକୁ ଯାଇ ଶବ ଜବତ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ନାବାଳିକାଙ୍କ ମୃତ୍ୟୁକୁ ନେଇ ବର୍ତମାନ ବର୍ତମାନ ସନ୍ଦେହ ଘେରରେ ଥିବା ବେଳେ ପୋଲିସ ଶବ ଜବତ କଲାପରେ ହିଁ ପ୍ରକୃତ ସତ୍ୟାଶିତ ଜଣାପଡିବ ବୋଲି ଜଣାପଡିଛି।

Comments are closed.