ଅନାଥ ପିଲାଙ୍କ ସହ ଜନ୍ମଦିନ ପାଳିଲେ ଡାବୁଗାଁ ବିଧାୟକ, ଅସହାୟଙ୍କୁ ବାଣ୍ଟିଲେ ଶାଢ଼ୀ ଓ କମ୍ବଳ

ନବରଙ୍ଗପୁର: ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ତାଙ୍କ ଜନ୍ମଦିନକୁ ଆଜି ସେ ଅନାଥ ଆଶ୍ରମର ଅନାଥ ପିଲାମାନଙ୍କ ସହ ପାଳନ କରି ଗରିବ ଓ ଅସହାୟ ଲୋକଙ୍କୁ ଶାଢ଼ୀ, କମ୍ବଳ ବଣ୍ଟନ କରି ମହାନତା ଦେଖାଇଛନ୍ତି।

ଡାବୁଗାଁ ବିଧାୟକ ଶ୍ରୀ ରନ୍ଧାରୀ ସବୁବେଳେ ଲୋକଙ୍କ ପାଇଁ କିଛିନା କିଛି କାର୍ଯ୍ୟକରି ସବୁବେଳେ ଚର୍ଚାରେ ରହୁଥିବା ବେଳେ ଆଜି ସେ ତାଙ୍କ ଜନ୍ମଦିନକୁ ନବରଙ୍ଗପୁର ମାଝୀଗୁଡା ସ୍ଥିତ ଦିନଦୟାଲ ଅନାଥାଶ୍ରମ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କ ଗହଣରେ ଜନ୍ମଦିନ ମନେଇବା ସହ ସେମାନଙ୍କ ସହ କିଛିସମୟ ବିତାଇଥିଲେ।

ଏହି ଅବସରରେ ସେ ଅସହାୟ ଗରିବ ବ୍ୟକ୍ତି ଏବଂ ମହିଳାମାନଙ୍କୁ ଶାଢ଼ୀ ଏବଂ କମ୍ବଳ ବଣ୍ଟନ କରିବା ସହ ପାପଡାହାଣ୍ଡି ପ୍ରସିଦ୍ଧ ଶୈବପୀଠ ଏବଂ ଲାଲବାହାଦୁର ହାଇସ୍କୁଲ ପରିସରରେ ବୃକ୍ଷ ଲଗାଇଥିଲେ। ପରେ ପାପଡାହାଣ୍ଡି ଏବଂ କୋଷଗୁମୁଡା ଅଞ୍ଚଳର ବିଲରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ମାସ୍କ, ବର୍ଷା କୋର୍ଟ, ଚା, ବିସ୍କୁଟ ଆଦି ବାଣ୍ଟି ଥିଲେ। ବିଧାୟକ ରନ୍ଧାରୀଙ୍କ କାର୍ଯ୍ୟଶୈଳୀ ଏବଂ ଜନସେବା କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।

Comments are closed.