ଜିଲ୍ଲା କଂଗ୍ରେସ ପକ୍ଷରୁ ୫ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ଗୁରୁବାର ପ୍ରଦେଶ କିଷାନ କଂଗ୍ରେସର ଆହ୍ବାନ କ୍ରମେ ସାରା ଓଡ଼ିଶା ରାଜ୍ୟରେ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସହ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟଳୟ ଠାରେ ଜିଲ୍ଲା କିଶାନ କଂଗ୍ରେସ ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ତାଙ୍କ ବଳକା ଧାନ କିଣିବା, ଚାଲିଯାଇଥିବା ଟୋକେନର ଅବଧି ବଦାଇବା ସହ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ରବି ଫସଲ ଧାନ କ୍ରୟ ସମୟସୀମା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ରାଜ୍ୟ ସରକାର ଚାଷୀଙ୍କ ଧାନ ପ୍ରତି କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବୋନସ ଦେବା ଓ କେନ୍ଦ୍ର ସରକାର ଧାନ ପ୍ରତି କ୍ଵିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି ପତ୍ର ମାଧ୍ୟମରେ ପ୍ରଦାନ କରିଥିଲେ।

ଉପସ୍ଥିତ ଥିବା ଚାଷୀ ଓ ରାଜନେତାମାନଙ୍କ ମଧ୍ୟରେ ଜିଲ୍ଲା କିଶାନ୍ ସେଲ ସଭାପତି ବୃନ୍ଦାବନ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ପିସିସି ସଭ୍ୟ ଦିଲ୍ଲୀପ ବେହେରା, ପୂର୍ବତନ ଉପ ନଗରପାଳ ସୁବାସ ସୁର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତରା, ନବରଙ୍ଗପୁର ବ୍ଲକ ସଭାପତି ଭୀମ ହରିଜନ, ଜାତୀୟ ଛାତ୍ର ସଂଘ ମୁଖପାତ୍ର ଅରବିନ୍ଦ ପାଞ୍ଜୀୟା, ଜିଲ୍ଲା ସୋସିଆଲ ମିଡ଼ିଆ ଆବାହକ ସୁମିତ ପୂଜାରୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ଅବଦୁଲ୍ ଫିରୋଜ, କୁନା ପାଢ଼ୀ, ସଞ୍ଜୟ ନାୟକ, କାଳୀ ପାତ୍ର, ବାସୁଦେବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.