ସ୍ୱାମୀଙ୍କ ମୃତ୍ୟୁ ପରେ ନିଯୁକ୍ତି ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ତ ହେଲେ ବିଧବା ମହିଳା

ନବରଙ୍ଗପୁର: ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡରା ଗ୍ରାମର ମହିଳା ଗୀତାଞ୍ଜଳି ବିଶୋଇ (୪୨)ଙ୍କ ସ୍ୱାମୀ ସ୍ବର୍ଗତ ରାଧାକାନ୍ତ ବିଶୋଇ ନବରଙ୍ଗପୂର ବ୍ଲକ ଅଧୀନରେ ଭିଇଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ। ସେ କାର୍ଯ୍ୟ କରୁଥିବା ସମୟରେ ଗତ ବର୍ଷ ନଭେମ୍ବର ମାସ ୨୦୨୦ରେ କିଡିନି ରଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସିତ ସମୟରେ ନବରଙ୍ଗପୂର ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଧାକାନ୍ତଙ୍କ ଦେହାନ୍ତ ହୋଇଥିଲା। ମୃତ ରାଧାକାନ୍ତ ନିଯୁକ୍ତି ପାଇ ୧୧ବର୍ଷ ୨ ମାସ କାର୍ଯ୍ୟ କରିଥିବା ବେଳେ ତାଙ୍କର ୨ ପୁଅ ମଧ୍ୟରୁ ବଡ ପୁଅ ବିଏ ପଡୁଥିବା ବେଳେ ସାନ ପୁଅ ନିହାର +୨ ପଢୁଛି।

ଏମାନଙ୍କୁ ପାଠ ପଢା ସହିତ ଘର ଭଡ଼ା ଦେବା ସହିତ ଖାଇବାକୁ ଦେବାକୁ ଅସମର୍ଥ ବିଧବା ଗୀତାଞ୍ଜଳି ଏବେ ବ୍ଲକ ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି। ଏକମାତ୍ର ଶାଶୁ ମାଆଙ୍କ ରୁଗଣ ଅବସ୍ତାରେ ସେବା କରିବା ମୋ ପକ୍ଷରୁ ସମ୍ଭଳ ହେଉନାହିଁ। ଏଣୁ ତୁରନ୍ତ ପୁନଃ ଥଇଥାନ ନିଯୁକ୍ତି ଯୋଗାଇ ଦେବା ପାଇଁ ନବରଙ୍ଗପୁର ବିଡ଼ିଓଙ୍କ ନିକଟରେ ଗୁହାରି କରିଛନ୍ତି। ନିଯୁକ୍ତି ମିଳିଲେ ନିଜର ଶାଶୁ ମା’ଙ୍କ ଯତ୍ନ ସହ ପିଲାମାନଙ୍କୁ ପାଠପଢା ରେ ସହାୟକ ହେବ ବୋଲି ବିଧବା ମହିଳା ଜଣକ କହିଛନ୍ତି।

Comments are closed.