ନବରଙ୍ଗପୁର ବ୍ଳକ ବିଜେଡି ସଭାପତିଙ୍କର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ମୃତ୍ୟୁ ସଂଖ୍ୟା କମୁନଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ନବରଙ୍ଗପୁର ବ୍ଳକ ବିଜୁ ଜନତା ଦଳ ସଭାପତି ହରିହର ସୋମରଥଙ୍କର ପରଲୋକ ହୋଇଯାଇଛି। ସେ କିଛି ଦିନଧରି କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ। ତାଙ୍କର ଅକାଳ ବିୟୋଗରେ ଜିଲା ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଜିଲା ବିଜେଡି ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ଜିଲା ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ପ୍ରମୂଖ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ସେ ଜଣେ ଦକ୍ଷ ସଂଗଠକ , ଭଦ୍ର ଓ ମେଳାପୀ ବ୍ୟକ୍ତି ଭାବେ ପରିଚିତ ଥିଲେ।

Comments are closed.