୨୫ ଶାଗୁଆନ ଗଣ୍ଡି ସହ ଟ୍ରାକ୍ଟର ଜବତ, ଆସାମୀ ଫେରାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ରେଞ୍ଜ ବନବିଭାଗ ମିଳିତ ଭାବେ ବରକାନୀ ଗ୍ରାମରୁ ଏକ ଟ୍ରାକ୍ଟର ୨୫ଖଣ୍ଡ ଗୋଲ ଲମ୍ବା ଶାଗୁଆନ ଗଣ୍ଡି ନେଇ ଯାଉଥିବା ସମୟରେ ମିଳିତ ଭାବେ ଜବତ କରିଛନ୍ତି। ଏହି କାଠ ଛତରତଣ୍ଡି ସଂରକ୍ଷିତ ଜଙ୍ଗଲରୁ ଆଣିଥିବା ବନବିଭାଗ ସନ୍ଦେହ କରିଛି। ଶାଗୁଆନ ଗଣ୍ଡି ଜବତ କରିବା ସମୟରେ ଟ୍ରାକ୍ଟର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା, କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଲି ସୂଚନା ଦେଇଛନ୍ତି । କଣ୍ଟାବାଞ୍ଜି ରେଞ୍ଜ ବନବିଭାଗ କାର୍ଯ୍ୟାଳୟରେ ୟୁଡି ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବା ବେଳେ, ଧାରା ୫୬ରେ ଟ୍ରାକ୍ଟର ଜବତ କରିଥିବା ସୂଚନା ମିଳିଛି। ଚଢଉ ସମୟରେ କଣ୍ଟାବାଞ୍ଜି ରେଞ୍ଜ ଅଫିସର ଶ୍ରଦ୍ଧାଦେବ ବଡ଼ମାଳୀ, ବଙ୍ଗୋମୁଣ୍ଡା ରେଞ୍ଜର ଜନାର୍ଦନ ଠାକୁର, କଣ୍ଟାବାଞ୍ଜି ରେଞ୍ଜ ଫରେଷ୍ଟର ବିଘ୍ନରାଜ ପୋଢ଼, ରାମଚନ୍ଦ୍ର ନାଏକ, ଫରେଷ୍ଟ ଗାର୍ଡ ସି. କେ ସୁନା, ପ୍ରଦୀପ ମାଝୀ, ପାରା ଗାର୍ଡ ଜଳନ୍ଧର ବଂଛୋର, କେଶବ ନାଗ, ଚିତ୍ତରଞ୍ଜନ ପନିକା ଏବଂ ବଙ୍ଗୋମୁଣ୍ଡା ରେଞ୍ଜ ଫରେଷ୍ଟ ଗାର୍ଡ ମଞ୍ଜୁରୀ ରାଉତ, ଆଇପିସି ଏ ଗାର୍ଡ ଲୋଚନ ଠେଲା, ଗଙ୍ଗାରାମ ବାଗ, ଅମର ନିଆଲ, ବିରଞ୍ଚି ପୁଛିଆ, ରାହାସ ସାହୁ ସାମିଲ ଥିଲେ।

Comments are closed.