ଗାଁର ରାସ୍ତାକଡ଼ରୁ ୨ଟି ଟିଫିନ ବୋମା ଜବତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଅନ୍ତର୍ଗତ ରାଇଘର ସରଗୁଲି ଗାଁର ରାସ୍ତାକଡ଼ରୁ ୨ଟି ଟିଫିନ ବୋମା ଜବତ ହୋଇଥିବା ସୋମବାର ଜଣାପଡ଼ିଛି। ଗାଁର ଜଣେ ଯୁବକ ଟିଫିନ ବୋମା ଦେଖି ପୁଲିକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ସହ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ । ବୋମାକୁ ନିଷ୍କ୍ରିୟ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି। ତେବେ ଗାଁର ରାସ୍ତାରେ କିପରି ଟିଫିନ ବୋମା ଆସିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ। ମାତ୍ର ବୋମାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.