ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ରାଜସ୍ବ ରଥ ଉଦଘାଟିତ

ନବରଙ୍ଗପୁର: ଘର ମୁହଁରେ ହିତାଧିକାରୀଙ୍କ ଜମି ପଟ୍ଟା ଯୋଗାଇ ଦେବା ଲକ୍ଷ୍ୟ ରଖି ଗୁରୁବାର ସ୍ଥାନିୟ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ବ ରଥ ଉଦଘାଟିତ ହୋଇଯାଇଛି। ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ଓ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ ଅନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। କରୋନା ସଂକ୍ରମଣ କାଳରେ ସାଧାରଣ ଲୋକଙ୍କୁ ସରଳିକରଣ ମାଧ୍ୟମରେ ପଟ୍ଟା ପ୍ରଦାନ କରିବା ପାଇଁ ରାଜସ୍ବ ବିଭାଗ ଏଭଳି ପ୍ରୟାସ କରିଛିl

ଜିଲ୍ଲାରେ ପ୍ରଥମ କରି ନବରଙ୍ଗପୁର ତହସିଲରେ ଏହା ଉଦଘାଟନ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଜିଲ୍ଲାର ୧୦ଟି ତହସିଲରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତିl ନବରଙ୍ଗପୁର ତହସିଲ ଅଧିନସ୍ଥ ୧୦ଟି ଆରଆଇ ସର୍କଲରେ ୫୭ ଜଣ ହିତାଧିକାରୀଙ୍କୁ ଘରକୁ ଘରକୁ ଗସ୍ତ କରି ପଟ୍ଟା ବଣ୍ଟନ କରୁଛି ନବରଙ୍ଗପୁର ତହସିଲ ବିଭାଗ।

Comments are closed.