ଅଧିକାର କାହାକୁ ମାଗିଲେ ମିଳେ ନାହିଁ, ନିଜେ ହିଁ ବୁଦ୍ଧି ଖଟେଇ ହାସଲ କରିବାକୁ ପଡିଥାଏ

ଜିଲାସ୍ତରୀୟ ଡଃ. ବାବାସାହେବ ଆମ୍ବେଦକର ଜୟନ୍ତୀ ପାଳନ

ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲା ମୂଳନିବାସୀ ବିକାଶ ପରିଷଦ ଓ ନବରଙ୍ଗପୁର ଜିଲା ପକ୍ଷରୁ ମହାନ ସମାଜ ସଂସ୍କାରକ, ଭାରତର ସମ୍ବିଧାନର ନିର୍ମାତା ଡଃ.ବାବାସାହେବ ଆମ୍ବେଦକରଙ୍କର ୧୩୧ତମ ପୁଣ୍ୟ ଜୟନ୍ତୀ ପାପଡାହାଣ୍ଡିବ୍ଳକ ପାତ୍ରୀ ପଞ୍ଚାୟତର କୁମ୍ଭାରମୁଣ୍ଡାଗୁଡା ଠାରେ ପାଳିତ ହୋଇଯାଇଛି। ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବିଭକ୍ତ କୋରାପୁଟ ଜିଲା ମୂଳ ନିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ ଯୋଗଦେଇ ଡଃ.ଆମ୍ବେଦକରଙ୍କର ସଂଘର୍ଷମୟ ଜୀବନ ଓ ତ୍ୟାଗ ସଂପର୍କରେ ଆଲୋଚନା କରି ଅଧିକାର କାହାକୁ ମାଗିଲେ ମିଳେ ନାହିଁ, ନିଜେ ହିଁ ବୁଦ୍ଧି ଖଟେଇ ହାସଲ କରିବାକୁ ପଡିଥାଏ ବୋଲି କହିଥିଲେ। ସେ ତାଙ୍କର ଜ୍ଞାନ, ବୁଦ୍ଧି ଓ ନିଷ୍ଠା ବଳରେ ଭାରତର ସମ୍ବିଧାନ ତିଆରି କରିଥିଲେ ଓ ଦେଶର ପ୍ରଥମ ଆଇନ ମନ୍ତ୍ରୀ ଥିଲେ ବୋଲି କହିଥିଲେ। ବୋଲି କହିଥିଲେ। ଅନ୍ୟ ମାନଙ୍କର ମଧ୍ୟରେ ଜିଲାସଭାପତି ଡମୁସିଂ ମାଝୀ, ଜିଲା ଉପସଭାପତି ଭଦର ଗୌଡ, ସାଧାରଣ ସମ୍ପାଦକ ତ୍ରିନାଥ ମାଝୀ, ଜିଲା ଉପଦେଷ୍ଟା ଭଗନ୍ନାଥ ଭକ୍ତ, କୋଷାଗୁମୁଡାବ୍ଳକ ସଭାପତି ମୁରଲୀଧର ବିଷୋୟୀ ତଥା ଉପଦେଷ୍ଟା ଶ୍ୟାମ ଭତରା ପ୍ରମୁଖ ଯୋଗଦେଇ ବାବା ସାହେବ ଆମ୍ବେଦକର ଙ୍କର ତ୍ୟାଗମୟ ଜୀବନୀ ସଂପର୍କର ଅବଗତ କରାଇଥିଲେ। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା।

Comments are closed.