ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ; ଦୁଇ ଦିନ ବ୍ୟାଙ୍କ ବନ୍ଦ

ନବରଙ୍ଗପୁର :  ନବରଙ୍ଗପୁର ସହରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ୨ଦିନ ପାଇଁ ଶାଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ଓ ବ୍ୟାଙ୍କ ବିଭାଗ । ଗତକାଲି ସନ୍ଧ୍ୟାରେ ଡେପୁଟି ବ୍ୟାଙ୍କ ମ୍ୟାନେଜେର କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ଆଜି ସକାଳେ ଆଉ ଜଣେ କର୍ମଚାରୀ କରୋନା ପଜିଟିଭ ଚି଼ହ୍ନଟ ହୋଇଥିଲେ ।  ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ବ୍ୟାଙ୍କ କତୃପକ୍ଷ ସୂଚନା ଦେଇଥିଲେ । ପ୍ରଶାସନର ନିଷ୍ପତ୍ତି ପ୍ରକାରେ ଆଜି ଓ ଆସନ୍ତା କାଲି (୪୮ ଘଣ୍ଟା ) ଦୁଇଦିନ ବ୍ୟାଙ୍କ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବ୍ୟାଙ୍କ କାନ୍ଥରେ ନୋଟିସ ଦେଖିବାକୁ ମିଳିଛି । ଖବର ପାଇବା ପରେ ଲୋକେ ଭୟଭୀତ ହୋଇଥିବା ବେଳେ ସମସ୍ତ କର୍ମଚାରୀ ଟେଷ୍ଟିଙ୍ଗ କରିବାକୁ ଯାଇଥିବା ସୂଚନା ମିଳିଛି ।
ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ୫ଜଣ ଚି଼ହ୍ନଟ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ସର୍ବମୋଟ ୧୮ଜଣ ଚି଼ହ୍ନଟ ହୋଇ ହୋମ ଆଇସୋଲେସନରେ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Comments are closed.