ଭାଲୁ ଛୁଆକୁ ଜଗି ରହିଛନ୍ତି ବନ କର୍ମଚାରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିବା କଲବର୍ଟ ତଳେ ଗତ ୨୪ ତାରିଖରେ ଭାଲୁ ଛୁଆ ଦେଇଥିବା ଯୋଗୁଁ ସେହି ରାସ୍ତାଦେଇ ଯାଆସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଆଜି ପର୍ଯ୍ୟନ୍ତ ଜଗି ରହିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ନବରଙ୍ଗପୁରରୁ ନନ୍ଦାହାଣ୍ଡି ଯିବା ଆସିବା କରିବା ମୁଖ୍ୟ ରାସ୍ତାର ଖୁଣ୍ଟିଆ ଗ୍ରାମ ନିକଟରେ ଗତ ୨୪ ତାରିଖରେ ଏକ କଲଭର୍ଟ ତଳେ ଏକ ମାଇଭାଲୁ ଦୁଇଟି ଛୁଆ ଦେଇଥିବା ଲୋକେ ଦେଖିବାକୁ ପାଇବା ପରେ ସେହି ରାସ୍ତା ଦେଇ ଯିବାଆସିବା କରିବା ଲୋକେ ଭୟବିତ୍ତ ହେବା ସହ ଜଙ୍ଗଲ ବିଭାଗଙ୍କୁ ଜଣାଇଥିଲେ।

ଭାଲୁଟି କଲଭର୍ଟ ତଳେ ଛୁଆ ଜନ୍ମ କରିବା ଦେଖିବାକୁ ପାଇବା ପରେ ସେହି ରାସ୍ତାରେ ଯିବାପାଇଁ ଲୋକେ ଭୟ କରିଥିଲେ।ଖବର ପାଇଁ ନବରଙ୍ଗପୁର ରେଞ୍ଜ ଅଫିସର ସେତୁ ଗମାଙ୍ଗ, ବନାଞ୍ଚଳ ଅଧିକାରୀ ଅସିତ କୁମାର ସାହୁ ଏବଂ ବନ ବିଭାଗ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ସଚେତନ କରାଇବା ଶହ କଲଭର୍ଟ ଚାରିପାଖରେ ବାଉଁଶ ବାଡ଼ ବନାଇ ସେଠାରେ ଜଗି ରହିଆସୁଛନ୍ତି।

Comments are closed.