ଉତ୍କଳ କରାଟେରେ ନବରଙ୍ଗପୁରକୁ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ

ନବରଙ୍ଗପୁର: ଭୁବନେଶ୍ବର ଉତ୍କଳ କରାଟେ ସ୍କୁଲରେ ଗତ ୨୬ ତାରିଖ ଠାରୁ ସର୍ବ ଭାରତୀୟ ୧୧ତମ ଓପନ କରାଟେ ଚମ୍ପିୟାନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା, ଝାଡ଼ଖଣ୍ଡ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶରୁ ୬୦୦ ଜଣ ପ୍ରତିଯୋଗି ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ନବରଙ୍ଗପୁର ଉତ୍କଳ କରାଟେ ସ୍କୁଲର ୧୨ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଜଣ ସ୍ବର୍ଣ୍ଣ ପଦକ, ୨ ଜଣ ରୌପ୍ୟ ପଦକ ଓ ୪ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଅଶ୍ବିନି ଖିଲେ ୧ ସ୍ବର୍ଣ୍ଣ ପଦକ ସହ ୧ ରୌପ୍ୟ ପଦକ, ସମ୍ଭବ ବେନିଆ ୧ ରୌପ୍ୟ ପଦକ ସହ ୧ ବ୍ରୋଞ୍ଜ, କେ ଓମକାର ରୌପ୍ୟ ସହ ବ୍ରୋଞ୍ଜ ପଦକ ପାଇଥିବା ବେଳେ କେ ଶାୟିକ ବ୍ରୋଞ୍ଜ ପଦକ ପାଇ ନବରଙ୍ଗପୁର ଜିଲ୍ଲାର ତଥା ନବରଙ୍ଗପୁର ସ୍ଥିତ ଉତ୍କଳ କରାଟେ ସ୍କୁଲ ପାଇଁ ସୁନାମ ଅର୍ଜନ କରିଛନ୍ତି।

Comments are closed.