ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ରାଷ୍ଟ୍ରୀୟ ପଛୁଆବର୍ଗ (ଓବିସି) ମୋର୍ଚ୍ଚା, ନବରଙ୍ଗପୁର ଜିଲା ପକ୍ଷରୁ ରାଷ୍ଟ୍ରପତିଙ୍କର ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜାତି ଆଧାରିତ ଜନଗଣନା କରିବା, କୃଷକ ବିରୋଧୀ ତିନି କଳା ଆଇନକୁ ଫେରାଇନେବା, ଇଭିଏମ ବଦଳରେ ବେଲେଟ ପେପରରେ ନିର୍ବାଚନ କରାଇବା ଇତ୍ୟାଦି ୬ଦଫା ଦାବି କରି ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କର କାର୍ଯ୍ୟାଳୟକୁ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ନବରଙ୍ଗପୁର ଜିଲା ସଭାପତି ଲବ ଗୈାଡ, ରାଷ୍ଟ୍ରୀୟ ଆଦିବସୀ ଏକତା ପରିଷଦର ରାଜ୍ୟ ଉପସଭାପତି ଦାମୋଦର ପୂଜାରୀ, ଅବିଭକ୍ତ କୋରାପୁଟ ଜିଲା ମୂଳନିବାସୀ ବିକାଶ ପରିଷଦ ସଭାପତି ଚନ୍ଦ୍ରଧ୍ୱଜ ମାଝୀ, , ଜିଲା ପଛୁଆ ବର୍ଗ ସଭାପତି କାର୍ତ୍ତୀକ ବାଘ, ବହୁଜନକ୍ରାନ୍ତି ପାର୍ଟି, ବହୁଜନ ମୁକ୍ତି ପାର୍ଟି, ଭାରତୀୟବିଦ୍ୟାର୍ଥୀ ମୋର୍ଚ୍ଚା, ବହୁଜନ ମୁକ୍ତି ମୋର୍ଚ୍ଚା ପ୍ରମୂଖ ସଂଗଠନର କର୍ମକର୍ତ୍ତା ମାନେ ଭାଗ ନେଇଥିଲୋ

Comments are closed.