ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ନବରଙ୍ଗପୁର/ପାପଡାହାଣ୍ଡି: ଦଶ ଫୁଟ ଗାତରେ ପଡି ରହିଥିଲା ଷଣ୍ଢ। ପାଣିରେ ବୁଡି ନ ଖାଇ ପିଇ ହୋଇଯାଇଥିଲା କ୍ଲାନ୍ତ। ଭୀମା ସାହିର କିଛି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଗାତରୁ ଉଦ୍ଧାର ହେଲା ଷଣ୍ଢ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହର ନିକଟ ଡାକ ବଙ୍ଗଳା ରାସ୍ତାର ନୂଆବନ୍ଧ ନିକଟରେ ଥିବା ଏକ ଦଶ ଫୁଟ ଗାତରେ ଏକ ଷଣ୍ଢ ପଡିଯାଇଥିଲା। ଇଟା ପାଇଁ ଗାତ ଖୋଳି ଛାଡ଼ିଦେବା ପରେ ଉକ୍ତ ଗାତରେ ବର୍ଷା ପାଣି ଭରିଯାଇଥିଲା। ଗ୍ରାମର ଏକ ବୁଲା ଷଣ୍ଢ ଏହି ଗାତରେ ପଡିଯାଇ ନିଜର ଜୀବନ ବଞ୍ଚାଇବା ଲାଗି ସଂଘର୍ଷ କରୁଥିଲା। ସ୍ଥାନୀୟ ଭୀମାସାହିର ରାଜୁ ହୋତା, ସିର ହରିଜନ ଓ ପାପଡାହାଣ୍ଡି ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ନରତମ ପାଣ୍ଡେ ଓ ତାଙ୍କ ସହଯୋଗୀ ସୋରାଜ କାନ୍ତ ବାରିକ, ଓଁପ୍ରକାଶ ସାହୁ, ନୀଳମଣି ନାୟକ, ଗୋଲକ ବିହାରୀ ଶବର, ଭରତ ରଣା ଦୀର୍ଘ ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଗାତରୁ ଷଣ୍ଢଟିକୁ ଉଦ୍ଧାର କରିଥିଲେ।

Comments are closed.