ଆଶାକର୍ମୀ ସଂଘ ପକ୍ଷରୁ ନବରଙ୍ଗପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ

ନବରଙ୍ଗପୁର: ଭାରତୀୟ ମଜୂର ସଂଘ ଦ୍ୱାରା ପରିଚାଳିତ ଓଡିଶାରାଜ୍ୟ ଆଶାକର୍ମୀ ସଂଘ, ନବରଙ୍ଗପୁର ବ୍ଳକ ଶାଖା ପକ୍ଷରୁ ନବରଙ୍ଗପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ପରେ ସଂଘ ପକ୍ଷରୁ ୧୪ଦଫା ଦାବି ପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକାଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଶାକର୍ମୀଙ୍କୁ ମାସିକ ବେତନ ୧୮ ହଜାର ଟଙ୍କା କରିବା, ସାମାଜିକ ସୁରକ୍ଷା ସହିତ ଇପିଏଫ, ଇଏସଆଇ, ପେନସନ ଓ ଗ୍ରାଚ୍ୟୁଇଟି ଯେଗାଇ ଦିଆଯିବା, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ୫ଲକ୍ଷ ଟଙ୍କା ସହାୟତା ଇତ୍ୟାଦି ଦାବି କରାଯାଇଛି। ଏଥିରେ ଭାରତୀୟ ମଜଦୂର ସଂଘର ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ, ଆଶାର୍ମୀ ସଂଘର ସଭାନେତ୍ରୀ ସଞୁ ନାୟକ, ଉପସଭାନେତ୍ରୀ କୈାଶଲ୍ୟା ଭତରା ଓ ମୋହନା ରନ୍ଧାରୀ, ସମ୍ପାଦିକା ଗୈାର ନାୟକ, ଜିଲା କୋଠାବାଡି ସଂଘ ସମ୍ପାଦକ ରାମ ବିଷୋୟୀ ପ୍ରମୂଖଙ୍କର ସମେତ ସମସ୍ତ ଆଶାକର୍ମୀ ଯୋଗ ଦେଇଥିଲେ।

Comments are closed.