ଅଧିକା ଅମଳ ହେବାର ପ୍ରତିଶୃତି ଦେଲା ପେନା ବିହନ କମ୍ପାନୀ

ନବରଙ୍ଗପୁର: ଅଧିକା ଅମଳ ହେବାର ପ୍ରତିଶୃତି ଦେଲା ପେନା ବିହନ କମ୍ପାନୀ। ନବରଙ୍ଗପୁର ଜିଲ୍ଲା ନଣ୍ଡାହାଣ୍ଡି ବ୍ଲକ ଦହଣା ଗ୍ରାମରେ ପେନା ବିହନ କମ୍ପାନୀ ଏହି ଅଂଚଳର ଚାଷୀମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ପ୍ରାୟ ୨୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି କମ୍ପାନୀରେ ହାଇଦ୍ରାବାଦର ପ୍ରତାପ ରେଡି, ରାଇପୁରର ଅନିଲ ଶର୍ମା, ସୂର୍ଯ୍ୟ ଜାଦବ, ବିକ୍ରମ ପ୍ରଧାନ ଓ ରାଧାଗୋବିନ୍ଦ ଶତପଥୀ ଉପସ୍ଥିତ ଥିଲେ। ରାଧାଗୋବିନ୍ଦ ଶତପଥୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରି କମ୍ପାନୀର ଉତ୍ପାଦିତ ବିଷୟରେ ଲୋକଙ୍କୁ ବୁଝାଇବା ସହ ଏହି କମ୍ପାନୀ ବିହନ ବ୍ୟବହାର କରିବା ଦ୍ୱାରା ଅନ୍ୟ ବିହନ ଠାରୁ ଏହା ଅଧିକ ଅମଳ ଦେବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ପେନ ବିହନ କମ୍ପାନୀ ୨୦୦୪ ମସିହାରୁ ଆରମ୍ଭ ହୋଇଥିଲା। ଗତ ତିନି ବର୍ଷ ହେବ ପେନା ବିହନ ବିଭିନ୍ନ ସ୍ଥାନରେ ବିହନ ଯୋଗାଇ ଦେଇ କାର୍ଯ୍ୟ ଆରମ୍ଭ କରିଛି। ଏହି କମ୍ପାନୀରେ ମକା, ଧାନ ଓ ପନିପରିବା ବିହନ ଉତ୍ପାଦନ କରି ଚାଷୀ ଯୋଗାଈ ଦେଉଛି। ଏହି କମ୍ପାନୀର ମୁଖ୍ୟ ସୁଗାର ଫ୍ରି ଧାନ ସୁପେର ବିପିଟି ଓ ୬୨୪୪ ଧାନ ହୋଇଥିବା କ୍ଷେତକୁ ପରିଦର୍ଶନ କରିଥିଲେ। ଆଗକୁ ଏହି କମ୍ପାନୀ ଉତ୍ପାଦିତ ବିହନ ଅଧିକ ଅମଳ କରିବ ବୋଲି ଚାଷୀକୁ ବୁଝାଇ ଥିଲେ।

Comments are closed.