ଆସନ୍ତା ୧୩ରେ ନବରଙ୍ଗପୁର ଠାରେ ଅନୁଷ୍ଠିତ ହେବ ମେଗା ଆଇନ ସେବା ଶିବିର

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଜିଲ୍ଲା ପ୍ରଶାସନ ସହଯୋଗରେ ଆସନ୍ତା ନଭେମ୍ବର ୧୩ ତାରିଖରେ ନବରଙ୍ଗପୁର ଜିଲ୍ଲା ପୁରୁଣା କୋର୍ଟ ପରିସର ମଧ୍ୟରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହେବ। ଏହି ଶିବିରକୁ ସଫଳ ଭାବରେ ଆୟୋଜନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ତରଫରୁ ଚୂଡାନ୍ତ ପ୍ରସ୍ତୁତି କରାଯାଇଛି। ବିଶେଷ କରି ଏହି ଶିବିରରେ ଶିଶୁ ହିତ ଉପଯୋଗୀ ଆଇନ ସେବା ଓ ସୁରକ୍ଷା, ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ତାଲିକାଭୁକ୍ତ ହିତାଧିକାରୀଙ୍କୁ ସମ୍ପୃକ୍ତ ବିଭିନ୍ନ ବିଭାଗ ଦ୍ୱାରା ଆର୍ଥିକ ସହାୟତା, ଉପକରଣ ରେସନ କାର୍ଡ, ଜାତି ପ୍ରମାଣପତ୍ର ଏବଂ ବ୍ୟାଙ୍କ ଲୋନ ଇତ୍ୟାଦି ପ୍ରଦାନ କରାଯିବ। ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ଷ୍ଟଲ ଖୋଲାଯାଇ ବିଭାଗୀୟ କାର୍ଯ୍ୟକ୍ରମର ସଚେତନତା ବାର୍ତ୍ତା ପ୍ରଦାନ କରାଯିବ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ଶିବିରରେ କରୋନା ଟୀକାକରଣ କରାଯିବା ପାଇଁ ସ୍ଥିର କରାଯାଇଛି।

Comments are closed.