ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସ୍ୱେଚ୍ଛାସେବୀ

ନବରଙ୍ଗପୁର: ନବରଙ୍ଗପୁର ସହରର ମାଝୀଗୁଡାସ୍ଥିତ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମର କୁନି କୁନି ଅନାଥ ବାଳିକାଙ୍କ ଗହଣରେ ନିଜର ୨୭ ତମ ଜନ୍ମଦିନ ପାଳନ କଲେ ସ୍ବେଛାସେବୀ ସଞ୍ଜୀବ କୁମାର ବିଷୋୟୀ। ଆଶ୍ରମର ପ୍ରାୟ ୫୦ ଜଣ ଛାତ୍ରୀଙ୍କ ଗହଣରେ ଆଶ୍ରମ ପରିସର ମଧ୍ୟରେ କେକ୍ କାଟି ଜନ୍ମଦିନ ଉତ୍ସବ ପାଳନ କରିଥିଲେ ସଞ୍ଜୀବ ଏବଂ ସମସ୍ତଙ୍କୁ ଚକଲେଟ, ମିଷ୍ଟାନ, କଲୋମ ଓ ଖାତା ବଣ୍ଟନ କରିଥିଲେ। ଏହି ଅବସରରେ ସମସ୍ତ ଛାତ୍ରୀ ସଞ୍ଜୀବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଶେଷରେ ଆଶ୍ରମ ପରିସରରେ ସଞ୍ଜୀବ ଦୁଇଟି ଦେବଦାରୁ ବୃକ୍ଷ ରୋପଣ କରିଥିଲେ। ଏହି ଜନ୍ମଦିନ ଉତ୍ସବରେ ପ୍ରିୟା, ଖୁଶବୁ ଏବଂ ସୁଧାଂଶୁ ବିଷୋୟୀ ସମେତ ଆଶ୍ରମର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.