ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନବରଙ୍ଗପୁର: ରାଜ୍ୟ ଇଲେକଟ୍ରନିକ୍ସ , ଆଇଓ ଓ କ୍ରିଡା ଓ ଯୁବ ବ୍ୟପାର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର ଗସ୍ତ ଅବସରରେ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲାପାଳ ଡଃ.କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଜିଲା କ୍ରିଡା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ଓ ପ୍ରଯୁକ୍ତିବିଦ୍ୟା ସଂପର୍କରେ ସମୀକ୍ଷା କରିଥିଲେ।

Comments are closed.