ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଗଛ କାଟିଦେଲେ ଦୁର୍ବୁତ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ବନାଞ୍ଚଳ ଅଧୀନ ବାର୍ଲି ସଂରକ୍ଷିତ ଜଙ୍ଗଲର ଖଡାକପଦର ଗ୍ରାମ ନିକଟ ଏନଏଚ ୨୬କୁ ଲାଗି ରହିଥିବା ଜଙ୍ଗଲରୁ ରାତାରାତି କେହି ଦୁର୍ବୁତ୍ତ ବଡ଼ ବଡ଼ ଗଛଗୁଡିକ କାଟି ସଫା କରି ଦେଇଛନ୍ତି। ଗଛ କାଟି ଦେଇଥିବା ନେଇ ସକାଳୁ ଖବର ପାଇ ମୈଦଲପୁର ଫରେଷ୍ଟର ଉମାକାନ୍ତ ପଟନାୟକ ଘଟଣାସ୍ଥଳରେ ପହଂଚି କାଠଗୁଡିକ ଜବତ କରିଥିଲେ। ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ। ଫରେଷ୍ଟର ଓ ତାଙ୍କ ଟିମ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିବା ପରେ ଅନ୍ୟ ଗାଁ ଲୋକଙ୍କ କାମ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ରାସ୍ତା କଡରେ ଲକ୍ଷାଧିକ ଟଙ୍କାର ଗଛ କାଟି ନେବାକୁ ଯିଏ ଉଦ୍ୟମ କରିଛି ତାକୁ ଖୋଜି ବାହାର କରିବା ଏବଂ ମାଫିଆଙ୍କ ସହ କେଉଁମାନେ ଜଡିତ ଅଛନ୍ତି ତାହାର ତଦନ୍ତ କରିବାପାଇଁ ସାଧାରଣରେ ଦାବି ହେଉଛି।

Comments are closed.