ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦେଶରେ ଜନସଂଖ୍ୟା ବିସ୍ଫୋରଣ କାରଣରୁ ଏହା ଦେଶ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି। ଏଥିପାଇଁ ଦେଶରେ କୋଠର ଓ ସଶକ୍ତ ଆଇନ ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଛି। ଏହି ଆଇନ ଯେତେଦିନ ପର୍ଯ୍ୟନ୍ତ ସଂସଦର ଉଭୟ ଗୃହରେ ଗୃହିତ ନହୋଇଛି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଉଲ୍ଲେଖ କରାଯାଇଛି। ଜନସଂଖ୍ୟା ନିୟନ୍ତ୍ରଣ କରାଯାଇଥିବା ଦେଶ ଉନ୍ନତ ଦେଶ ଭାବେ ପରିଗଣିତ ହୋଇଛି ଓ ସମସ୍ତ କ୍ଷେତ୍ରରେ ଆଗେଇ ପାରିଛି।

ଦେଶ ସ୍ୱାଧୀନତା ପାଇବା ସମୟରେ ୩୬ କୋଟି ଜନସଂଖ୍ୟା ରହିଥିବା ବେଳେ ଏବେ ଦେଶରେ ୧୪୦ କୋଟିରୁ ଅଧିକ ଜନସଂଖ୍ୟାକୁ ବୃଦ୍ଧି ହେଲାଣି। ଦେଶରେ ଜାତି, ବର୍ଣ୍ଣ ,ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବାର ବ୍ୟବସ୍ଥା କରି ସଂସଦରେ କଠୋର ଆଇନ ପ୍ରଣୟନ କରାଯାଉ। ତେବେ ଯଦି କେହି ବି ନାଗରିକ ଦୁଇଟି ସନ୍ତାନରୁ ଅଧିକ ଜନ୍ମ କରନ୍ତି ତେବେ ଆଇନ ଅବମାନନାକାରୀଙ୍କୁ ଆର୍ଥୀକ ଜୋରିମାନା ଓ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହିତ ସେମାନଙ୍କୁ ମତାଧିକାରରୁ ବଞ୍ଚିତ କରାଯିବା ସଙ୍ଗେ ସଙ୍ଗେ ସବୁ ସରକାରୀ ସହାୟତା ବାତିଲ କରାଯିବାର ବ୍ୟବସ୍ଥା କରାଯାଉ।ଫାଉଣ୍ଡେସନର ସଭାପତି ପରମେଶ୍ୱର ବିଷୋୟୀ, କର୍ମକର୍ତ୍ତା ରଙ୍କନିଧି ଜେନା, ରାମ ବିଷୋୟୀ ଓ ଭୂବନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.