ଜିଲା ଆଶାକର୍ମୀ ସଂଘର ବୈଠକ, ୨୬ରେ ବିଧାନସଭା ଘେରାଉ

ନବରଙ୍ଗପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଜିଲା ଅଶାକର୍ମୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଜଦୁର ସଂଘର ସଭାପତି ବାଙ୍କ ବିହାରୀ ବିଷୋୟୀ ଅଧ୍ୟକ୍ଷତା କରିବା ସହିତ ଜିଲାର ସ୍ୱାସ୍ଥ୍ର୍ୟସେବାରେ ଆଶାକର୍ମୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା କହିଥିଲେ। ଚାକିରୀରେ ନିଜ କାମ ସହିତ ଦେଶ ପାଇଁ ସେବା କରିବାକୁ ଗୁରୁତ୍ୱ ଦେଇଥିଲେ। ସଂଗଠନ ଅଧିକ ସୁଦୃଢ ହେଲେ ସରକାର ଦାବି ପୂରଣ କରିବେ ବୋଲି କହିଥିଲେ। ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ ମଜଦୂର ସଂଘ ଏକ ଦେଶସେବା ସଂଗଠନ। ତେଣୁ ଠିକ୍‍ କାମକରି ଉଚିତ ଦାମ ପାଇବା ପାଇଁ ଦାବି କରାଯାଉଥିବା କହିଥିଲେ। ସଂଘର ନେତ୍ରୀ ଗୀତାଞଳୀ ହରିଜନ ମଞ୍ଚାସୀନ ଥିଲେ। ଆଗାମୀଦିନରେ ଦାବି ପୁରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା।

ସଂଘର ସମସ୍ତ ଦାବି ପୁରାଣ ପାଇଁ ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରାଯିବାକୁ ଥିବାରୁ ଏଥିରେ ଜିଲାର ସମସ୍ତ ଅଶାକର୍ମୀ ସାମିଲ ହୋଇ ଭୂବନେଶ୍ୱର ଯିବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାର ୧୦ଟି ବ୍ଳକରେ ଶୋଭାଯାତ୍ରା ସହିତ ଦାବିପତ୍ର ପ୍ରଦାନ କରାଯିବ। ଆସନ୍ତା ୫ ତାରିଖରେ ଝରିଗାଁ ବ୍ଳକ, ୬ରେ ଉମରକୋଟ, ୮ରେ କୋଷାଗୁମୁଡା, ୧୦ରେ ଚନ୍ଦାହାଣ୍ଡି, ୧୧ରେ ରାଇଘର, ୧୨ରେ ଡାବୁଗାଁ, ୧୫ରେ ନନ୍ଦାହାଣ୍ଡି, ୧୭ରେ ନବରଙ୍ଗପୁର ,୧୯ରେ ତେନ୍ତୁଳିଖୁଣ୍ଟି ଓ ୨୨ରେ ପାପଡାହାଣ୍ଡି ବ୍ଳକରେ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଥିଲା। ଏହି ଦିବସରେ କୈାଣସି ଆଶାକର୍ମୀ କାମ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଏସଂପର୍କରେ ସିଡିଏମଓଙ୍କୁ ଅବଗତ କରାଯିବ। ଏହି ବୈଠକରେ ସଞୁ ନାୟକ, ଧର୍ମିଲା ଗଣ୍ଡା, ଚମ୍ପାଶାନ୍ତା, ରୋଜି ଭତରା, ସନ୍ଧ୍ୟା ମହାରଣା, ସୁବି ଶାନ୍ତା, ବିଭାସିନୀ ହରିଜନଙ୍କର ସମେତ ସମସ୍ତ ବ୍ଲକର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

Comments are closed.