MEllora 950×100

ନବରଙ୍ଗପୁରରେ ବିଶ୍ୱ ମିତ ବ୍ୟୟିତା ଦିବସ ପାଳନ

ନବରଙ୍ଗପୁର: ବିଶ୍ୱ ମିତ ବ୍ୟୟିତା ଦିବସ ପାଳନ ଅବସରରେ ସଚେତନ ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମାର ଶୁଭାରମ୍ଭ କଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମିତ ଵ୍ୟୟୀତା ଦିବସ ପାଳନ ଅବସରରେ ମିତ୍ୟ ଵ୍ୟୟୀ ହୋଇ ସଞ୍ଚୟ କରନ୍ତୁ, ଅଯଥା ଖର୍ଚ୍ଚରୁ ଦୁରେଇ ରୁହନ୍ତୁ ସମ୍ପର୍କରେ ଜିଲ୍ଲାରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସଞ୍ଚୟ ରଥ ପରିକ୍ରମାର ଶୁଭାରମ୍ଭ ନବରଙ୍ଗପୁର ଜିଲ୍ଲାପାଳଙ୍କ ଦ୍ଵାରା କରାଯାଇଛି। ଏହି ସଚେତନତା ଅଭିଯାନରେ ଯେକୌଣସି ସନ୍ଦିଗ୍ଧ, ଅଣ ବ୍ୟାଙ୍କିଙ୍କ, ବେସରକାରୀ, ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଦୁରେଇ ରହି ଠକାମି ପଶ୍ଚାତପରୁ ମୁକ୍ତ ରହି ଡାକଘର ଓ ରାଷ୍ଟ୍ରାୟତ ବ୍ୟାଙ୍କ ଭଳି ଭାରତୀୟ ରିଜେର୍ଭେ ବ୍ୟାଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନରେ ହିଁ ସଞ୍ଚୟ କରନ୍ତୁ ବୋଲି ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ।

ଏହି ସଞ୍ଚୟ ରଥ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରି ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ନିର୍ମଳ ନାୟକ, ଅନାମିକା ପାଣ୍ଡେ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ସହାୟକ ଜିଲାପାଳ, ବାବୁଲାଲ ସାମଲ, ପୁଷ୍ପାଞ୍ଜଳି ଦଣ୍ଡପାଟ, କମଲେସ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜିଲ୍ଲା କ୍ରୀଡା ଓ ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ, ବିଶ୍ୱ ରଞ୍ଜନ ଭୁକ୍ତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ଶେଖର ପାତ୍ର, ସେକ୍ସନ ଅଫିସର, ପି ହରି, ଭଗବାନ ପାଣିଗ୍ରାହୀ, ବିଜୟ କୁମାର ବେହେରା, ଧନପତି ନାୟକ, ମାୟାଧର ନାୟକ, ଭି କ୍ରିଷ୍ଣାବେନି, ଅଶୋକ ଚକ୍ରବର୍ତ୍ତୀ, ଦୁର୍ଗମାଧବ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ଚିତ୍ତରଞ୍ଜନ ପାତ୍ର, ଜୋଛନା ଚୌଧୁରୀ, ସୁରେଶ ପଟନାୟକ, ସତ୍ୟ ନାରାୟଣ ସାହୁ, ନରେନ୍ଦ୍ର ସାହୁ, ରୀନା ରାଣୀ ପାତ୍ର,ବିଜୟ କୁମାର ସାହୁ, ମୀରା ପଣ୍ଡା, ଗୋବିନ୍ଦା ରାଓ, ସୁବାଷ ରାଓ, ସନ୍ଦୀପ ନାୟକ ସହିତ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Comments are closed.