ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ନବରଙ୍ଗପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନବରଙ୍ଗପୁର ନଗର ତରଫରୁ ଶନିବାର ନବରଙ୍ଗପୁର ମହାବିଦ୍ୟାଳୟରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ବିନୋଦ ଚନ୍ଦ୍ର ନାୟକ ଏବଂ ଅତିଥି ରୂପେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନବରଙ୍ଗପୁର ନଗର ର ସଭାପତି ଡ଼. ସଂଯୁକ୍ତା ପଣ୍ଡା ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ରକ୍ତଦାନ ମହତ ଦାନ ବୋଲି କହି ସମସ୍ତେ ରକ୍ତଦାନ କରିବାକୁ ପ୍ରବର୍ତ।ଇଥିଲେ। ଏଥିରେ ସର୍ବ ମୋଟ ୨୩ ୟୁନିଟ ସଂଗ୍ରହ କରାଯାଇଥିଲା। ଏହି କାର୍ୟ୍ୟକ୍ରମ ଆୟୋଜନ କରିଥିଲେ ଜିଲ୍ଲା ସଂଯୋଜକ ସୁମନ କୁମାର ଦାସ, ନଗର ସମ୍ପାଦକ ସ୍ୱାଧୀନ ପଣ୍ଡା, ନଗର ସହ ସମ୍ପାଦକ ରହିତ କୁମାର ଭଞ୍ଜଦେଓ, ଛାତ୍ର ବିକାଶ ପ୍ରମୁଖ ଆସୁତସ ପୂଜାରୀ, ଛାତ୍ର ସେବା ପ୍ରମୁଖ ଦେବରଂଜନ ପାତ୍ର, ଖେଳ ପ୍ରମୁଖ ମୋହିନୀ ବେହେରା, ଛାତ୍ରୀ ପ୍ରମୁଖ କୈବଲ୍ୟ କୁମାରୀ ଦିଶାରୀ, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ କିଶନ ଗୌଡ଼ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Comments are closed.