ବିଦେଶୀ ମଦ ଦୋକାନ ବନ୍ଦ କଲେ ଗ୍ରାମବାସୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନକୁ ଗ୍ରାମବାସୀ ବନ୍ଦ କରିଛନ୍ତି । ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ଉକ୍ତ ଦୋକାନ ବନ୍ଦ ନକରିବାରୁ ଗୁରୁବାର ଗ୍ରାମର ଶତାଧିକ ପୁରୁଷ ମହିଳା ବିଦେଶୀ ମଦ ଦୋକାନ ଭିତରେ ପଶି ମଦବୋତଲ ସବୁ ଆଣି ରାସ୍ତାଉପରେ ଫୋଫାଡ଼ିବା ସହ ଭଙ୍ଗାରୁଜା କରିଛନ୍ତି ।
ମିଳିଥିବା ସୂଚନା ଅନୁଯାଇ ସନ୍ତୋଷପୁର ଗ୍ରାମ ଠାରେ ବହୁ ବର୍ଷ ହେଲା ଗୋଟିଏ ବିଦେଶୀ ମଦ ଦୋକାନ ଖୋଲାଯାଇଥିଲା । ଉକ୍ତ ଦୋକାନଟି ମଙ୍ଗଳ ବିଭାଗ ଆଶ୍ରମ ସ୍କୁଲ ପାଚେରୀ କୁ ଲାଗିକି ରହିଥିଲା । ତେଣୁ ଦୋକାନ ଟିକୁ ନୂତନ ଗ୍ରାମର ମଧ୍ୟ ଭାଗରେ ସ୍ଥାନାନ୍ତର ହୋଇଥିଲା ।  ଏହା ଦ୍ୱାରା ଉକ୍ତ ବିଦେଶୀ ଦୋକାନରେ ମଦୁଆଙ୍କ ଭିଡ଼ ଜମୁଥିବା ବେଳେ ସ୍କୁଲ ଯାଉଥିବା ଯୁବତୀ ମାନଙ୍କୁ ଅନେକ ସମୟରେ ମଦୁଆଙ୍କ ଉତ୍ପାତ ହେଉଥିବା ନେଇ ଗ୍ରାମବାସୀ ବହୁତ ଦିନ ହେବ ଉକ୍ତ ବିଦେଶୀ ମଦ ଦୋକାନ କୁ ସେଠାରୁ ଉଚ୍ଛେଦ କରିଦେବା ସହ ଗ୍ରାମରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ । ଏନେଇ ମଧ୍ୟ ଗତ କିଛି ଦିନ ତଳେ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ବିଦେଶୀ ଦୋକାନ ର କର୍ମଚାରୀ ଙ୍କୁ ଅଟକ ରଖି ଦୋକାନ ବନ୍ଦ ଦାବିରେ ଆନ୍ଦୋଳନ କରିଥିଲେ । ଖବର ପାଇ କୋଷାଗୁମୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଅଟକ ଥିବା କର୍ମଚାରୀ ଙ୍କୁ ଛାଡି ଦେଇଥିଲେ । କିନ୍ତୁ ପୁଣି ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ବିଦେଶୀ ମଦ ଦୋକାନ ଭିତରୁ ମଦ ସବୁକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

Comments are closed.