ବିଧାୟକଙ୍କ ଚାପରେ ପୁଲିସ ଚୁପ, ଏସପିଙ୍କୁ ଭେଟିଲେ ଅଭିଯୋଗକାରି ଦମ୍ପତି

ନବରଙ୍ଗପୁର: ଉମରକୋଟ ଥାନାରେ ଏତଲା ଦେବାର ଦୀର୍ଘଦିନ ପରେ ବି ସ୍ଥାନୀୟ ବିଧାୟକଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦର୍ଶାଇ ନବରଙ୍ଗପୁର ଏସପିଙ୍କ ନିକଟରେ ଅଭିଯୋଗ କଲେ ପୀଡିତ ଦମ୍ପତି।
ଉମରକୋଟ ବ୍ଲକ ମୁରୁତମା ପଂଚାୟତର ଚାନ୍ଦିୟା ବେଡା ଗ୍ରାମର ଛବିଳା ହରିଜନ ଏବଂ ସ୍ୱାମି ରଇନୁ ହରିଜନ ଗତ ଏପ୍ରିଲ ମାସ ୨୪ ତାରିଖରେ ସେହି ଗ୍ରାମର ଚଇତୁ ହଲବା, ଭାଗିରଥି ହଲବା, ରମେଶ ଗଣ୍ଡ, ଆଧାର ମାଝୀ, ଗଣେଶ ମାଝୀ ଏବଂ ଗୌତମ ହଲବା ପ୍ରମୁଖ କେତେଜଣ ବ୍ୟକ୍ତି ଆସି ରଇନୁ ଓ ତାର ସ୍ତ୍ରୀଙ୍କ ସହ ଘର ବନେଇବା ନେଇ ଆକ୍ରମଣ କରିଥିବା ନେଇ ଉମରକୋଟ ଥାନାରେ ସେମାନଙ୍କ ବିରୁଦ୍ଧରେ ଛବିଳା ହରିଜନ ଏକ ଏତଲା ଦେଇଥିଲା। ଏତଲା ଅନୁଯାଇ ସ୍ୱାମି ରଇନୁ ହରିଜନ ଅକ୍ତିଆରରେ ଥିବା ସରକାରୀ ଜାଗା ଖାତା ନଂ ୬୬, ପ୍ଲଟ ନଂ ୧ରେ ଥିବା ୨୦ ସେଣ୍ଟ ଜାଗାରେ ଘର ତିଆରି କରିବା ସମୟରେ ୨୪ ଏପ୍ରିଲ ସକାଳ ୧୦ ଘଣ୍ଟା ସମୟରେ ଉପରକ୍ତ ୫/୬ ଜଣ ବ୍ୟକ୍ତି ଆସି ଘର ତିଆରି କରିବାକୁ ବରଣ କରିବା ସହ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଆକ୍ରମଣ କରିବା ସହ ଉକ୍ତ ଜାଗାରେ ଘର କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବେଳେ ଜୀବନକୁ ବିପଦ ଥିବା ଦର୍ଶାଇ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗକାରୀଙ୍କ କହିବା ଅନୁଯାଇ ଆକ୍ରମଣକାରିମାନେ ସ୍ଥାନୀୟ ବିଧାୟକଙ୍କ ପାଖଲୋକ ହୋଇଥିବା ବେଳେ ବିଧାୟକଙ୍କ ଚାପରେ ପୋଲିସ କିଛି ପଦକ୍ଷେପ ନେଇନଥିବା ଅଭିଯୋଗ କରି ଦମ୍ପତି ଦୁହେଁ ଗତକାଲି ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟରେ ପହଂଚି ଏସପିଙ୍କ ଅଭିଯୋଗ ବାକ୍ସରେ ଅଭିଯୋଗ ଦାଖଲ କରିବା ସହ ଉମରକୋଟ ଥାନାରେ ଗତ ୨୦୧୯ରେ ମଧ୍ୟ ଏହି ବ୍ୟକ୍ତିମାନେ ଆକ୍ରମଣ କରିଥିବା ନେଇ ଏତଲା ଦିଆଯାଇଥିଲା।

ସେତେବେଳେ ବି ଉମରକୋଟ ବିଧାୟକଙ୍କ ଚାପରେ ଆମକୁ ନ୍ୟାୟ ମିଳିନାହିଁ, ତେଣୁ ଆମ୍ଭକୁ ନ୍ୟାୟ ପ୍ରଦାନ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଛବିଳା ହରିଜନ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ନେଇ ଉମରକୋଟ ବିଧାୟକ ନୀତିଆ ନନ୍ଦ ଗଣ୍ଡ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ୨୦୧୯ରେ ଗଣ୍ଡଗୋଳ ବିଷୟରେ ମୁଁ ଶୁଣିଥିଲି କିନ୍ତୁ ବର୍ତମାନ ପୁଣିଥରେ ଗଣ୍ଡଗୋଳ ବିଷୟରେ ମୋର କୌଣସି ଧାରଣା ନାହିଁ ଏ ନେଇ ଆପଣ ଥାନା ଅଧିକାରୀଙ୍କୁ ପଚାରି ପାରନ୍ତି ବୋଲି କହିବା ସହ ଛୋଟ ଛୋଟ ଗ୍ରାମର ଗଣ୍ଡଗୋଳକୁ ତାଙ୍କ ଗ୍ରାମବାସୀମାନଙ୍କ ଭିତରେ ହିଁ ସମାଧାନ କରିଥାନ୍ତି। ମୋର ସେ ଭିତରେ କୌଣସି ହାତ ନାହିଁ ବୋଲି ଅଭିଯୋଗକୁ ସମ୍ପୂର୍ଣ ମିଥ୍ୟା ବୋଲି କହିଥିଲେ।

Comments are closed.