ତ୍ରି-ଦିବସୀୟ ଯୁବ ରେଡ଼କ୍ରସ ତାଲିମ୍ ଶିବିର ଉଦଯାପିତ

ନବରଙ୍ଗପୁର: ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଅନୁକୂଲ୍ୟରେ ନବରଂଗପୁର ମହାବିଦ୍ୟାଳୟ ଯୁବ ରେଡକ୍ରସ ଦ୍ଵାରା ତିନିଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ମମତା ଭତ୍ରା, କଲେଜର ପୂର୍ବତନ ଅଧ୍ୟକ୍ଷା ଡ଼ଃ. ୱାଇ. ଭେଙ୍କେଟେଶ୍ୱରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ବିନୋଦ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ଓ ରେଡ଼କ୍ରସ ପରାମର୍ଶଦାତା ଡ଼ଃ. ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ଏହି ତିନିଦିନିଆ କାର୍ଯ୍ୟକ୍ରମରେ ନବରଂଗପୁର ମହାବିଦ୍ୟାଳୟ, ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଓ ନବରଂଗପୁର ଡିଗ୍ରୀ ମହିଳା ମହାବିଦ୍ୟାଳୟର ରେଡ଼କ୍ରସ ସ୍ବେଛାସେବୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରେଡକ୍ରସ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ରେଡକ୍ରସର ଇତିହାସ, ମୌଳିକ ନୀତି, ରକ୍ତଦାନ, ପ୍ରାଥମିକ ଚିକିତ୍ସା ପ୍ରଣାଳୀ, ସଡ଼କ ସୁରକ୍ଷା, ନିଆଁ ଲିଭାଇବା ପ୍ରଣାଳୀ, ସ୍ୱଚ୍ଛ ଭାରତ ଭଳି ଅନେକ ବିଷୟରେ ସ୍ବେଛାସେବୀମାନଙ୍କୁ ତାଲିମ୍ ଦିଆଯାଇଥିଲା। ରେଡକ୍ରସର ଜିଲ୍ଲା ଆବାହକ ଡ ଭାସ୍କର ନାଥ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା, ଅଧ୍ୟାପକ ମହମ୍ମଦ ଜାହାଙ୍ଗିର, ଅଧ୍ୟାପିକା ମାନସୀ ମହାପାତ୍ର, ଅଧ୍ୟାପକ ଅଶ୍ୱିନୀ ବେହେରା, ଅଧ୍ୟାପିକା ରଜନୀ ମିଞ୍ଜ, ଅଧ୍ୟାପିକା ନିର୍ମଳା ହିକକ୍କା, ଅଧ୍ୟାପକ ଜିତେନ୍ଦ୍ର ରଥ, ଅଧ୍ୟାପକ ଡି. ଗୋବିନ୍ଦା ରାଓ, ପ୍ରାଧ୍ୟାପକ ଡ଼ଃ.ନୀଳାଚଳ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

ବିଭିନ୍ନ ସମୟରେ ଆୟୋଜିତ ପ୍ରଶିକ୍ଷଣ ପର୍ବରେ ଇନ୍ଦ୍ରାବତୀ ମହାବିଦ୍ୟାଳୟ ଅଧ୍ୟାପକ ତଥା ଜାତୀୟ ସ୍ତରର ପ୍ରଶିକ୍ଷକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଅତି ସୁନ୍ଦର ଭାବରେ ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରିଥିଲେ। ଏତତ୍ ସହିତ ଅନ୍ୟତମ ପ୍ରଶିକ୍ଷିକା ଭାବେ ସତ୍ୟ ସାଇ ସଂସ୍ଥା ତରଫରୁ ଅଧ୍ୟାପିକା ସ୍ୱପ୍ନା ମହାନ୍ତି ଯୋଗଦେଇ ସ୍ବେଚ୍ଛାସେବୀଙ୍କୁ ବିଶ୍ୱାସର ଏକତା ବିଷୟରେ ଅତି ସରଳ ଭାବରେ ବୁଝାଇଥିଲେ।

ଆଜି ଶେଷ ଦିନର କାର୍ଯ୍ୟକ୍ରମରେ ସହକାରୀ ଅଗ୍ନିଶମ ଅଧିକାରୀ ସୁହାଶିଷ ମୁଦୁଲି ଓ ଜିଲ୍ଳା ପରିବହନ ବିଭାଗର ସହକାରୀ ବରିଷ୍ଠ ଅଧିକାରୀ ଉପେନ୍ଦ୍ର ପୁସିକାର ନିଆଁ ଲିଭାଇବା ଉପାୟ ଓ ଟ୍ରାଫିକ ନିୟମ ବିଷୟରେ ପ୍ରଶିକ୍ଷଣ ଦେଇ ଅନେକ ପରାମର୍ଶ ଓ ଦିଗଦର୍ଶନ ସ୍ବେଛାସେବୀମାନଙ୍କୁ ଦେଇଥିଲେ। ଜିଲ୍ଲା ରେଡକ୍ରସ ସଂଯୋଜକ ଅଖିଳ କୁମାର ଭଟ୍ଟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷ ପର୍ଯ୍ୟାୟରେ ସ୍ବେଛାସେବୀମାନେ ନିଜ ନିଜ ଅନୁଭୂତି ପ୍ରକାଶ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ଜଗନ୍ନାଥ ମହାପାତ୍ର ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସହ ମହିଳା ଡିଗ୍ରୀ ମହାବିଦ୍ୟାଳୟର ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପିକା ଡ଼ଃ. ସଂଯୁକ୍ତା ପଣ୍ଡା, ଆଦର୍ଶ ମହାବିଦ୍ୟାଳୟର ଡ଼ଃ. ଲଷ୍ମୀ ବେହେରା, ଅଧ୍ୟାପକ ଚକ୍ରପାଣି ସାହୁ ସହଯୋଗ କରିଥଲେ।

Comments are closed.