ପାଣି ଭିତରୁ ଗାଈକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

ନବରଙ୍ଗପୁର: ଏକ ଘଣ୍ଟାର କଠିନ ପରିଶ୍ରମ ପରେ ପାଣି ଭିତରୁ ଗାଈଟିକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଉସିଗା ଗ୍ରାମର ହରିଚନ୍ଦ୍ର ଲାହାରାଙ୍କ ଗାଈ ଖାଦ୍ୟ ସନ୍ଧାନରେ ବୁଲୁ ବୁଲୁ ସେଇ ଗ୍ରାମର ଥିବା ଏକ ପଥର କୁଆଁରୀର ଗାତରେ ଥିବା ପାଣି ଭିତରକୁ ଖସି ପଡିଥିଲା। ହରିଚନ୍ଦ୍ର ଗାଈଟିକୁ ଗାତ ଭିତରେ ଥିବା ପାଣି ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଅପେରେଶନ ପରେ ଗାଈଟିକୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ। ଏହି ଅପେରେଶନରେ ଅଗ୍ନିଶମ ବିଭାଗର ସଚ୍ଚିଦାନନ୍ଦ ପଣ୍ଡା, ଓମ୍ ପ୍ରକାଶ ସାହୁ, ନରସିଂହ ଗଦାବା, ବିସୁଦେବ ସାବର, ନାରୋଟମ୍ ପାଣ୍ଡେ ଉପସ୍ଥିତ ରହିଥିଲେ।

Comments are closed.