ସାପ କାମୁଡ଼ାରେ ମହିଳା ଗୁରୁତର

ନବରଙ୍ଗପୁର : ସାପ କାମୁଡ଼ାରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ପଂଚାୟତର କୁମ୍ଭାରଗୁଡା ଗ୍ରାମର ମହିଳା ସାନ ଭତରା (୨୭) ସନ୍ଧ୍ୟା ସମୟରେ ଘରେ କାମ କରୁଥିବା ସମୟରେ ଏକ ବିଷଧର ସାପ ଗୋଡ଼ରେ କାମୁଡ଼ିଦେଲା । ଫଳରେ ମହିଳା ଜଣକ ଗୁରୁତର ହେବାରୁ ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଡାକ୍ତରଖାନା ଆଣିବା ପରେ ଏଠାରେ ଡାକ୍ତର ଚିକିତ୍ସା କରିବା ପରେ ମହିଳା ଜଣକ ସୁସ୍ଥ ଥିବା ଜଣାପଡିଛି ।

 

Comments are closed.