ହୃଦଘାତରେ ସାମ୍ବାଦିକଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ସହରର ଜଣାଶୁଣା ବ୍ୟକ୍ତି ତଥା ସାମ୍ବାଦିକ, ବିଶିଷ୍ଟ ସମାଜସେବୀ, ବରିଷ୍ଠ କଳାକାର, ସହକାରୀ ସରକାରୀ ଓକିଲ ଭୁବନେଶ୍ୱର ଦାସଙ୍କ ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ୫୮ବୟସରେ ହୃଦଘାତରେ ବିୟୋଗ ହୋଇଯାଇଛି। ସେ ଅବିବାହିତ ଥିଲେ। ସ୍ବର୍ଗତ ଦାସ ଏକ ମେଳାପୀ ବ୍ୟକ୍ତି ଥିଲେ। ଶେଷ ସମୟ ପର୍ଯ୍ୟନ୍ତ ଗୁପ୍ତେଶ୍ଵର କଳା ସଂଘର ସମ୍ପାଦକ ଥିଲେ। ଶ୍ରୀ ଦାସଙ୍କ ବିୟୋଗ ଖବର ଶୁଣି ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି ସୁଶାନ୍ତ କୁମାର ବେହେରା, ଓଡିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଦୁଃଖ ପ୍ରକାଶ କରିବା ସହିତ ଏଭଳି ଦୁଃଖ ସମୟରେ ଦିବଙ୍ଗତ ପୂର୍ବତନ ବନ୍ଧୁଙ୍କ ଶୋକ ସନ୍ତପ୍ତ ପରିବାର ସହ ଦୁଃଖିତ ଆତ୍ମୀୟ ସ୍ୱଜନ, ବନ୍ଧୁ ବର୍ଗ ଏବଂ ତାଙ୍କ ଶୁଭେଛୁଙ୍କୁ ସମବେଦନା ଜଣାଇବା ସହ ପୁଣ୍ୟ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Comments are closed.