ଡାବୁଗାଁ ବିଧାୟକ ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଗୋଡ଼ରେ କିଛିଦିନ ପୂର୍ବେ ମାଡ଼ ବାଜି କ୍ଷତ ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ଚିକିତ୍ସା କରିବା ପରେ ଘରେ କିଛିଦିନ ଆରାମ ନେବାପାଇଁ କହିଥିଲେ। କାର୍ଯ୍ୟ ବ୍ୟସ୍ତତା ରହି ବୁଲାବୁଲି କରିବା ଯୋଗୁଁ ଗୋଡ଼ ସମ୍ପୂର୍ଣ ଭଲ ହୋଇନଥିଲା ଫଳରେ ଗତ ମାସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଫେରିଥିଲେ। ଶ୍ରୀ ରନ୍ଧାରୀ ସୁସ୍ଥ ହେବାପରେ କିଛିଦିନ ପରେ ପୁଣି ତାଙ୍କ ଗୋଡ଼ରେ ବ୍ୟଥା ହେବାଯୋଗୁଁ ଗତ ୧୪ ତାରିଖରେ ଭୁବନେଶ୍ୱର ଯାଇ ସେଠାରେ ଡାକ୍ତରଙ୍କୁ ଦେଖେଇବା ପରେ ପୁଣିଥରେ ଗୋଡ଼ରେ ଅସ୍ତ୍ରୋପଚାର କରାଯିବ ବୋଲି କହିବା ପରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ମିଳିଛି।

Comments are closed.